Latest Odisha News

BREAKING NEWS

ଅଲିମ୍ପିକ୍ସ ପଦକ ବିଜେତା ଲଭଲୀନାଙ୍କ ଚୟନକୁ ନେଇ ବିବାଦ, କୋର୍ଟର ଆଶ୍ରୟ ନେବେ କହିଲେ ଅରୁନ୍ଧତୀ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ଲଭଲୀନା ବୋର୍ଗୋହେନଙ୍କୁ ଇସ୍ତାନବୁଲରେ ହେବାକୁ ଥିବା ସିନିୟର ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନଶିପ ପାଇଁ ଭାରତୀୟ ଦଳରେ ଚୟନ କରାଯାଇଛି । ତେବେ ଏହି ଚୟନ ନେଇ ଆପତି କରିଛନ୍ତି ଆଉ ଜଣେ ବକ୍ସର ଅରୁନ୍ଧତୀ ଚୌଧୁରୀ । ସେ କହିଛନ୍ତି କୋଟା ଭିତିରେ ଖେଳାଳି ଚୟନ ଉପଯୁକ୍ତ ନିଷ୍ପତି ନୁହେଁ । ପୂର୍ବରୁ ୭୦ କିଗ୍ରା ବିଭାଗରେ ଅରୁନ୍ଧତୀ ପ୍ରତିନିଧିତ୍ୱ କରି ଆସୁଥିଲେ । ଏବେ ତାଙ୍କ ସ୍ଥାନରେ ଲଭଲୀନାଙ୍କୁ ନିଆଯାଇଛି ।

ଯଦି ବକ୍ସିଂ ଫେଡେରେଶନ ଏ ନେଇ ବିଚାର ନ କରେ ତାହାହେଲେ କୋର୍ଟର ଆଶ୍ରୟ ନେବି ବୋଲି ଅରୁନ୍ଧତୀ କହିଛନ୍ତି । ଯଦି ଲଭଲୀନା ମୋ ଠାରୁ ଅଧିକ ଦକ୍ଷତା ସମ୍ପନ୍ନ ତାହହେଲେ ଉଭୟଙ୍କ ମଧ୍ୟରେ ମୁକାବିଲା କରାଯାଉ । ଯିଏ ଶ୍ରେଷ୍ଠ ସେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ସୁଯୋଗ ପାଇବ । ଅରୁନ୍ଧତୀ ୭ ଆନ୍ତର୍ଜାତୀୟ ମୁକାବିଲାରେ ଭାଗ ନେଇ ୬ଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

Leave A Reply

Your email address will not be published.