ଭୁବନେଶ୍ବର : ଭୁବନେଶ୍ୱର ଅନ୍ତର୍ଗତ ଭରତପୁର ଥାନାରେ ପୋଲିସ ଏବଂ ଆର୍ମି ମେଜର ଓ ବାନ୍ଧବୀଙ୍କ ବିବାଦ ଘଟଣାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱା.ବି. ଖୁରାନିଆ। କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ଓ ଦୁଇ ତଦନ୍ତକାରୀ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ । ଆଜି କ୍ରାଇମବ୍ରାଞ୍ଚ ତଦନ୍ତ ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରିଛନ୍ତି ପୋଲିସ ଡିଜି। ଅନ୍ୟ ପକ୍ଷରେ ଆର୍ମି ମେଜରଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ ହୋଇଛି। ବିଏନଏସ ଧାରା ୧୮୩ରେ ବୟାନ ରେକର୍ଡ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଥାନା ଆଇଆଇସିଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଥିଲା। ଘଟଣାରେ ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା।
Comments are closed.