ଆଠଗଡ: ଅଧାରେ ଅଟକିଗଲା ବହାଘର ଆଶା । ଅଧା ରାସ୍ତାରୁ ବରକୁ ଉଠାଇନେଲା ପୋଲିସ । ହାତଗଣ୍ଠି ପଡିବା ପୂର୍ବରୁ ବର ହାତରେ ପଡିଲା ହାତକଡି । ବେଦିକୁ ଯିବା ପୂର୍ବରୁ ବର ଗଲା ଜେଲ୍ । ଏଭଳି ଘଟଣା ଘଟିଛି ଆଠଗଡ ଥାନା ସାପୁଆ ବ୍ରିଜ ନିକଟରେ ।
ଆଠଗଡ ସାପୁଆ ବ୍ରିଜ ନିକଟରେ ବରକୁ ପୋଲିସ ଉଠାଇ ନେଇଛି । ବର ନାଁରେ ହତ୍ୟା ମାମଲା ଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଢ଼େଙ୍କାନାଳ ଜିଲ୍ଲା ତାଳବରକେଟା ଗାଁର ପ୍ରକାଶ ସ୍ୱାଇଁ ଗୁରୁବାର ଆଠଗଡ ସମସରପୁରକୁ ବାହା ହେବାକୁ ଯାଇଥିଲେ । ତେବେ ପ୍ରୋସେସନ ଚାଲିଥିବା ବେଳେ ବର ପ୍ରକାଶ ସ୍ୱାଇଁଙ୍କୁ ଗାଡି ଭିତରୁ ବାଙ୍କି ପୋଲିସ ଉଠାଇ ନେଇଛି ।
୨୦୧୮ମସିହାରେ ହୋଇଥିବା ଏକ ହତ୍ୟା ଘଟଣାରେ ପ୍ରକାଶଙ୍କ ସମ୍ପୃକ୍ତି ଥିବା ଜଣାପଡିଛି । ଦୁଇ ବର୍ଷ ହେଲା ସେ ପୋଲିସକୁ ଚକମା ଦେଇ ଫେରାର ଥିଲା । ତେବେ ପୋଲିସ ଖବର ପାଇ ଆଜି ତାଙ୍କୁ ଉଠାଇ ନେଇଛି ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.