Latest Odisha News

BREAKING NEWS

ବିଧାନସଭାରେ ଉଠିଲା ଚିଟ୍‌ଫଣ୍ଡ ତଦନ୍ତ ପ୍ରସଙ୍ଗ, ବାଚସ୍ପତିଙ୍କ ରୁଲିଂ ଦାବି

ଭୁବନେଶ୍ୱର: ବିଧାନସଭାରେ ଉଠିଲା ଚିଟ୍‌ଫଣ୍ଡ ତଦନ୍ତ କମିଶନ ବନ୍ଦ ହେବା ପ୍ରସଙ୍ଗ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ପ୍ରସଙ୍ଗ ଉଠାଇଛନ୍ତି । ଠକେଇର ଶିକାର ଜମାକାରୀ ଆତ୍ମହତ୍ୟା କରିଛନ୍ତି । ସତ୍ୟପାଠ ପଡି ରହିଛି । ନିମାପଡାର ଜଣେ ଶିକ୍ଷକ ଆତ୍ମହତ୍ୟା କରିଛନ୍ତି । ଗରିବ ଲୋକଙ୍କ ନିଶ୍ୱାସ ସରକାରଙ୍କ ଉପରେ ପଡିବ ବୋଲି ସାଲୁଜା କହିଛନ୍ତି ।
କେନ୍ଦ୍ର ସରକାରଙ୍କ ସହ ସମ୍ପର୍କ ସୁଧୁରିବା ପରେ ତଦନ୍ତ ବନ୍ଦ ହୋଇଗଲା ବୋଲି ସାଲୁଜା ଗୃହରେ ଅଭିଯୋଗ ଉଠାଇଛନ୍ତି । ସରକାର ୩ଶହ କୋଟିର କପର୍ସ ଫଣ୍ଡ ଗଠନ କରିଥିଲେ । ତେବେ ସେହି ଟଙ୍କା କୁଆଡେ ଗଲା ବୋଲି ସାଲୁଜା ପ୍ରଶ୍ନ କରିଛନ୍ତି ।
ନିର୍ବାଚନ ପୂର୍ବରୁ ସିବିଆଇ ୨ଜଣ ବିଧାୟକଙ୍କୁ ଜେରା କରିଥିଲା । ତଦନ୍ତ କ’ଣ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ ସେ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ।
ଠକ ସଂସ୍ଥାକୁ ଜବତ କରି ସମ୍ପତ୍ତି ବିକି ଲୋକଙ୍କୁ ସରକାର ଟଙ୍କା ଫେରାନ୍ତୁ ବୋଲି ବିଧାନସଭାରେ ସନ୍ତୋଷ ସିଂ ସାଲୁଜା କହିଛନ୍ତି ।

Leave A Reply

Your email address will not be published.