Latest Odisha News

ପୋଲିସ SI ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ

ବ୍ରହ୍ମପୁର: ପୋଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ। ରିମାଣ୍ଡରେ ଯିବେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ସିଲିକନ୍‌ ଟେକ୍‌ଲାବ୍‌ ସଂସ୍ଥାର ମୁଖ୍ୟ ସୁରେଶ ଚନ୍ଦ୍ର ନାୟକ। ସେମାନଙ୍କୁ ରିମଣ୍ଡରେ ନେବାକୁ ଗତକାଲି ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟରେ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲେ।

ମଙ୍ଗଳବାର ଏହି ମାମଲାର ଶୁଣାଣି କରି ମାଷ୍ଟରମାଇଣ୍ଡ ଶଙ୍କର ଓ ସୁରେଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇ କୋର୍ଟ। ପୂର୍ବରୁ କ୍ରାଇମ୍ ବ୍ରାଞ୍ଚ ମୁନା ମହାନ୍ତି, ବଳରାମ ସାହୁଙ୍କ ସମେତ ୩ଜଣଙ୍କୁ ରିମାଣ୍ଡରେ ନେଇ ପଚରା ଉଚରା କରିଥିଲା।

ସୂଚନା ଅନୁଯାୟୀ, ଶନିବାର ଦିନ ପୋଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ରାକେଟ୍‌ର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶଙ୍କର ପୃଷ୍ଟିକୁ କ୍ରାଇମ୍‌ବ୍ରାଞ୍ଚ୍‌ ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କରିବା ପରେ ସୋମବାର କୋର୍ଟଚାଲାଣ କରାଯାଇଥିଲା। ତା’ସହ ସିଲିକନ୍‌ ଟେକ୍‌ଲାବ୍‌ ସଂସ୍ଥାର ମୁଖ୍ୟ ସୁରେଶ ଚନ୍ଦ୍ର ନାୟକକୁ ବି ବ୍ରହ୍ମପୁର ଜେଏମ୍‌ଏଫ୍‌ସି (ଗ୍ରାମାଞ୍ଚଳ)ରେ ସନ୍ଧ୍ୟାରେ ହାଜର କରାଯାଇଥିଲା। ଶଙ୍କରର ଓକିଲ ଅନୀଲ କୁମାର ପଣ୍ଡା ଜାମିନ୍‌ ଆବେଦନ କରିଥିଲେ। କୋର୍ଟ ଜାମିନ୍‌ ନାମଞ୍ଜୁର କରିବା ସହ ବ୍ରହ୍ମପୁର ଜେଲ୍‌କୁ ପଠାଇ ଦେଇଥିଲେ।

Comments are closed.