ଭୁବନେଶ୍ୱର: ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ବିଜେବି କଲେଜ ଷ୍ଟ୍ରଙ୍ଗରୁମ ସାମ୍ନାରେ ଉତ୍ତେଜନା ଦେଖା ଦେଇଛି । ଇଭିଏମ୍ ଟ୍ୟାମ୍ପରିଂ ପାଇଁ କେହି ଯୁବକ ବେକରେ ଏକ ପରିଚୟ ପତ୍ର ଝୁଲାଇ ଷ୍ଟ୍ରଙ୍ଗ ରୁମ ଭିତରକୁ ପଶିଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଯୁବକଙ୍କୁ ସେଠାରେ ଉପସ୍ଥିତ ଥିବା ଲୋକେ ଆକ୍ରମଣ କରିଥିଲେ । ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତରେ ଆଣିବା ପାଇଁ ମୃଦୁ ଲାଠି ଚାଳନା କରିଥିଲା ।
ଏଥିରେ ଜଣେ ଯୁବକ ଆହତ ହୋଇଥିବା ସୂଚନା ମିଳିଛି । ଷ୍ଟ୍ରଙ୍ଗରୁମ ଭିତରେ ପଶିଥିବା ଯୁବକଙ୍କ ଠାରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।
ଭୁବନେଶ୍ୱର ବିଜେବି କଲେଜ ଷ୍ଟ୍ରଙ୍ଗରୁମ ସାମ୍ନାରେ ଉତ୍ତେଜନା #BJBCollege #Strongroom #Bhubaneswar #OdishaSambadNews pic.twitter.com/8YIBCFPMcr
— Odisha Sambad (@Odisha_Sambad) March 25, 2022
Comments are closed.