Latest Odisha News

BREAKING NEWS

୨୦୨୩ରୁ ମହିଳା ଆଇପିଏଲ

ନୂଆଦିଲ୍ଲୀ: ପୁରୁଷ ଆଇପିଏଲର ସଫଳତା ପରେ ଏବେ ବିସିସିଆଇ ମହିଳା କ୍ରିକେଟରଙ୍କ ପାଇଁ ଯୋଜନା ପ୍ରସ୍ତୁତ କରିଛି । ୨୦୨୩ରୁ ୬ଟି ଟିମକୁ ନେଇ ମହିଳା ଆଇପିଏଲ ଆୟୋଜନ କରାଯିବା ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏ ନେଇ ନିଷ୍ପତି ନିଆଯାଇଛି । ଫ୍ରାଂଚାଇଜମାନେ ଆଗ୍ରୟ ପ୍ରକାଶ କଲେ ଖୁବ୍ ଶୀଘ୍ର ଟିମ ଚୟନ କରାଯିବ ବୋଲି ଜନୈକ ଅଧିକାରୀ କହିଛନ୍ତି । ଅଷ୍ଟ୍ରେଲିଆ ମହିଳା ବିଗ ବ୍ୟାଶ ଲିଗ ଓ ଇଂଲଣ୍ଡ ବୋର୍ଡ ମହିଳା ଟି୨୦ ଲିଗର ଆୟୋଜନ କରି ଆସୁଛନ୍ତି ।

ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ ମହିଳା ଟି୨୦ ଲିଗ କରିବେ ବୋଲି ସୂଚନା ଦେଇ ସାରିଛନ୍ତି । ବିସିସିଆଇ ୨୦୨୧ରୁ ଏହାକୁ ଆରମ୍ଭ କରିବାକୁ ବସିଥିଲେ ମଧ୍ୟ କରୋନା ଯୋଗୁ ସମ୍ଭବପର ହୋଇପାରି ନ ଥିଲା । ସୂଚନାଯୋଗ୍ୟ, ଚଳିତ ବର୍ଷଠାରୁ ପୁରୁଷ ଆଇପିଏଲ ୧୦ଟି ଟିମକୁ ନେଇ ଖେଳାଯିବ ।

Leave A Reply

Your email address will not be published.