Latest Odisha News

BREAKING NEWS

ନାତୁଣୀଙ୍କ ଚାଞ୍ଚଲ୍ୟକର ବୟାନ, ଏବେବି ଖୁଲାମଖୁଲା ଚାଲିଛି ନିଶା ବେପାର

ଭୁବନେଶ୍ଵର: ସହଦେବ ନାୟକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର । ହତ୍ୟା ଘଟଣାରେ ରମା ନାଏକର ସମ୍ପୃକ୍ତି ରହିଛି । ରମାର ସମ୍ପୃକ୍ତି ନେଇ ପୋଲିସ ହାତରେ ଅନେକ ତଥ୍ୟ ଲାଗିଛି । ଅନ୍ୟପଟେ ରମାର ସମ୍ପୃକ୍ତି ନେଇ ସହଦେବଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ ।

ଡିସିପି ଆହୁରି କହିଛନ୍ତି ଯେ, ହତ୍ୟାକାଣ୍ଡ ପରେ ରମା ବ୍ରହ୍ମପୁର ପଳାଇଥିଲା । ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା । ତେବେ କେଉଁ କାରଣ ପାଇଁ ବିବାଦ ଥିଲା ସେନେଇ କୌଣସି ସୂଚନା ମିଳିନି । ଏବେବି ତଦନ୍ତ ଚାଲିଛି । ଆତ୍ମସମର୍ପଣ ପରେ ରମାକୁ ପୋଲିସ ଗିରଫ କରିଛି ବୋଲି କହିଛନ୍ତି ଡିସିପି ପିନାକ ମିଶ୍ର ।

ସେପଟେ ଜେଜେ ମା’ ଗିରଫ ହୋଇଥିବା ବେଳେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଗିରଫ ଅଭିଯୁକ୍ତ ରମାଙ୍କ ନାତୁଣୀ । ସହଦେବ ନାୟକର ଭାଇ ଓ ସ୍ତ୍ରୀ ଡ୍ରଗ୍ସ , ଗଞ୍ଜେଇ ବେପାର କରୁଛନ୍ତି । ଏବେ ବି ଖୁଲମଖୁଲା ନିଶା ବେପାର ହେଉଥିବା ନେଇ କହିଛନ୍ତି ରମାଙ୍କ ନାତୁଣୀ ।

ସୂଚନାଯୋଗ୍ୟ, ରସୁଲଗଡ ଓଭରବ୍ରିଜ୍ ଉପରେ ପୋଲିସ ମିତ୍ର ସହଦେବ ନାୟକ ହତ୍ୟାକାଣ୍ଡ ଘଟଣାରେ ମଞ୍ଚେଶ୍ବର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିବା ବେଳେ ତଦନ୍ତ ପାଇଁ ୩ଟି ସ୍ପେଶାଲ ଟିମ୍‌ ଗଠନ କରାଯାଇଥିଲା । ତଦନ୍ତରୁ ଅଭିଯୁକ୍ତ ଓ ତାଙ୍କ ଗାଡ଼ି ସମ୍ପର୍କରେ ଜଣାପଡ଼ିଥିଲା । ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରାଯାଇଥିବା ବେଳେ ଏବେ ମୁଖ୍ୟ ଅଭିଯୁକ୍ତ ରମା ନାଏକକୁ ଗିରଫ କରିଛି ପୋଲିସ ।

 

Comments are closed.