ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳଚକଟାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ୧୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଲୋକନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲ ସହ ଅନ୍ୟାନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଲୋକନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲ ପକ୍ଷରୁଏକ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି । ଲୋକମାନେ ହେଲ୍ପଲାଇନ୍ ନମ୍ବର – 9873617028 ଏବଂ 01123501207 ରେ କଲ୍ କରି ଦୁର୍ଘଟଣାରେ ଆହତ ସେମାନଙ୍କ ସମ୍ପର୍କୀୟଙ୍କ ବିଷୟରେ ସୂଚନା ପାଇପାରିବେ ।
ରେଳ ମନ୍ତ୍ରାଳୟ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଓ ସେଥିପାଇଁ ଦୁଇ ଜଣ ସଦସ୍ୟ ବିଶିଷ୍ଟ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି । ତେବେ ପୋଲିସ, କିଛି ରେଳ ଅଧିକାରୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନରୁ ଜଣାପଡ଼ିଛି ଯେ ଅତ୍ୟଧିକ ଭିଡ଼, ଟ୍ରେନ୍ ଆସିବାରେ ବିଳମ୍ବ ଓ ଗୁଜବ ଯୋଗୁ ଏହି ଘଟଣା ଘଟିଛି ।
ସୂଚନାଯୋଗ୍ୟ, ନୂଆଦିଲ୍ଲୀ ରେଳ ଷ୍ଟେସନର ୧୩ ନମ୍ବର ପ୍ଲାଟଫର୍ମରେ ସ୍ୱତନ୍ତ୍ର ସେନାନୀ ଏକ୍ସପ୍ରେସ ଓ ୧୪ ନମ୍ବର ପ୍ଲାଟଫର୍ମରେ ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଯିବାର ଥିଲା । ଏହି ଦୁଇ ଟ୍ରେନ୍ ଧରିବାକୁ ଉଭୟ ପ୍ଲାଟଫର୍ମରେ ଯାତ୍ରୀଙ୍କ ଅସମ୍ଭାଳ ଭିଡ ଲାଗିଥିବା କାରଣରୁ ଏହି ଦଳାଚକଟା ହୋଇଥିଲା ।
Comments are closed.