ଭଦ୍ରକ: ଗୋ ମାଫିଆଙ୍କ ଘରେ ଚଢ଼ାଉ। ରେଡ କରୁଛି ଭଦ୍ରକ ପୋଲିସ। ୮ଟି ସ୍ଥାନରେ ଚାଲିଛି ଚଢ଼ାଉ। ଏସପି ମନୋଜ୍ ରାଉତ ନିର୍ଦ୍ଦେଶରେ ପୁରୁଣା ବଜାର ଥାନା ସନ୍ଥିଆ ଗୁଜି ଦରଡା ଅଞ୍ଚଳରେ ଚଢାଉ ଜାରି ରହିଛି। ବେଆଇନ ଗୋ ଚାଲାଣ ନେଇ ଚଢ଼ାଉ କରାଯାଇଥିବା ସୂଚନା ରହିଛି। ସନ୍ଥିଆରେ ଚଢ଼ାଉ ସମୟରେ ନଗଦ ଟଙ୍କା, ଗହଣା ସହ ସମ୍ପତ୍ତି ଯାଞ୍ଚ ଚାଲିଛି। ବିପୁଳ ଟଙ୍କା ଓ ସୁନା ଗହଣା ଠାବ ହୋଇଛି। ବନ୍ଧୁକ, ଭୁଜାଲି ସହ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି ପୋଲିସ।
ସନ୍ଥିଆର ଦୁଇଟି ସ୍ଥାନ, ନଙ୍ଗାମହଲାରେ, ଅଲାଲପୁର ଓ ଗୁଜିଦରଡାର ୩ଟି ସ୍ଥାନରେ ମାରାଥନ୍ ରେଡ୍। ଏଥିରେ ୬ ପ୍ଲାଟୁନ୍ ଫୋର୍ସ, ୨ ଡିଏସପି ଓ ୧୦ ଇନସ୍ପେକ୍ଟର ନିୟୋଜିତ ହୋଇଛନ୍ତି। ପୋଲିସ ଚଢାଉ ବେଳେ ଅଲାଲପୁରରେ ଗୋମାଫିଆ ଫେରାର ମାରିଥିବା ଜଣାପଡିଛି।
ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଟଙ୍କା ଜବତ ହୋଇଥିବା ଏସପି ସୂଚନା ଦେଇଛନ୍ତି। ଏବେ ବି ଚଢ଼ାଉ ଜାରି ରହିଥିବା ବେଳେ ସୁନା ଗହଣା ଓ ସମ୍ପତ୍ତିର ଆକଳନ ଚଳାଇଛି ପୋଲିସ ଓ ମାଜିଷ୍ଟ୍ରେଟ ପାହ୍ୟା ଅଧିକାରୀ। ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ ସମୟରେ ସନ୍ଥିଆରେ ୫ ଜଣ ଗୋ ମାଫିଆଙ୍କୁ ଅଟକ ରଖିଛି ପୋଲିସ୍। ମୋଟ ୮ ଜଣ ଗୋ ମାଫିଆଙ୍କ ଘରେ ଚଢ଼ାଉ କରାଯାଉଥିବା ବେଳେ ପୋଲିସ ସୁରକ୍ଷା ଦୃଷ୍ଟିରୁ ଅନେକ ତଥ୍ୟ ସାର୍ବଜନୀନ କରିବାକୁ ପୋଲିସ ମନା କରିଛି।