Latest Odisha News

BREAKING NEWS

ବେଆଇନ ଭ୍ରୁଣ ଚିହ୍ନଟ ଅଭିଯୋଗ, କଟକ କାଠଗୋଲା ସାହି ପାଥୋଲାବରେ ପୋଲିସର ଚଢାଉ

କଟକ: ପାଥୋଲାବରେ ଏବଂ ଡାଇଗ୍ନୋଷ୍ଟିକ ସେଣ୍ଟରରେ ପୋଲିସର ରେଡ୍ । କଟକ ମଙ୍ଗଳାବାଗ କାଠଗୋଲା ସାହିରେ ଥିବା ଏକ ପାଥୋଲାବ ସେଣ୍ଟରରେ ପୋଲିସ ରେଡ କରିଛି । ବେଆଇନ ଭାବେ ଭ୍ରୁଣ ଚିହ୍ନଟ କରୁଥିବା ଅଭିଯୋଗରେ ଏହି ଚଢାଉ ହୋଇଛି । କଟକ ପୋଲିସ ଓ ଜୋନ ଏସପିଙ୍କ ନେତ୍ୱତ୍ୱରେ ରେଡ କରାଯାଇ ଦୁଇ ଜଣଙ୍କୁ ଅଟକ ରଖାଯାଇଛି ।

ସୂଚନା ମୁତାବକ ଏଭଳି ବେଆଇନ କାର୍ୟ୍ୟ ଦୀର୍ଘ ଦିନ ହେବ ଏହି ପାଥୋଲାବ୍ ରେ ହୋଇଆସୁଥିଲା। ଟେଷ୍ଟିଂ ପାଇଁ ପାଞ୍ଚ ହଜାର ଟଙ୍କା ନେଉଥିଲେ। ପାଥୋଲାବ୍ ଏବଂ ଡାଇଗ୍ନୋଷ୍ଟିକ୍ ସେଣ୍ଟରର କାଗଜପତ୍ର ଯାଞ୍ଚ୍ କରାଯାଉଥିବା ବେଳେ ଏହି ବେଆଇନ କାର୍ୟ୍ୟରେ ବ୍ୟବହୃତ ମେସିନକୁ ମଧ୍ୟ ଜବତ କରିଛି ପୋଲିସ। ତେବେ ଦରଘାବଜାର ଅଞ୍ଚଳର ଜଣେ ମୁସଲମାନ ସମ୍ପ୍ରଦାୟର ସମାଜସେବୀ ପୋଲିସ ଠାରୁ ସୂଚନା ନେଇ ପାଥୋଲାବ୍ କୁ ଯାଇଥିଲେ। ଭ୍ରୁଣ ଚିହ୍ନଟର ଟେଷ୍ଟିଂ ପାଇଁ ତାଙ୍କୁ ପାଞ୍ଚ ହଜାର ଟଙ୍କା ଡିପୋଜିଟ୍ କରିବାକୁ କହିଥିଲେ ପାଥୋଲାବ୍ ର କର୍ମଚାରୀ।

ଲ୍ୟାବ୍ ରେ କିଛି ମହିଳା ମଧ୍ୟ ଟେଷ୍ଟିଂ ପାଇଁ ଅପେକ୍ଷାରେ ରହିଥିଲେ। ପାଞ୍ଚ ହଜାର ଡିପୋଜିଟ୍ କରିବା ପରେ ଟେଷ୍ଟିଂ ରୁ ହିଁ ଜଣାପଡିଥିଲା ଏହି ଲ୍ୟାବ୍ ରେ ଏଭଳି ବେଆଇନ କାର୍ୟ୍ୟ ହେଉଥିବାବେଳେ ଲ୍ୟାବ୍ ବା ଡାଇଗ୍ନୋଷ୍ଟିକ୍ ସେଣ୍ଟରକୁ କୌଣସି ଡକ୍ଟର ଆସୁ ନ ଥିବା ପୋଲିସ ଜାଣିବାକୁ ପାଇଛି। ପରେ ପୋଲିସ  ପହଞ୍ଚି ଲ୍ୟାବ୍ ଏବଂ ଡାଇଗ୍ନୋଷ୍ଟିକ୍ ସେଣ୍ଟର ଉପରେ ରେଡ୍ କରିଥିଲା।

ତେବେ ଏହି ଲ୍ୟାବ୍ ର ଭଡାଘରେ ଚାଲୁଥିବାରୁ ମାଲିକଙ୍କ ଶିକ୍ଷାଗତ ଯୋଗ୍ୟତା ନ ଥାଇ ମଧ୍ୟ ଦୀର୍ଘଦିନ ଧରି ଏଭଳି କାର୍ୟ୍ୟ କରି ଆସୁଥିଲେ। ଆଉ ଏଥିପାଇଁ ଦଲାଲମାନେ ମଧ୍ୟ କାର୍ୟ୍ୟ କରୁଛନ୍ତି। ଅନ୍ୟପଟେ ପୋଲିସ ଏ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଥିବାବେଳେ ଘର ମାଲିକଙ୍କୁ ଅଧିକ ପଚରାଉଚରା ଚଳାଇଛି ।

Comments are closed, but trackbacks and pingbacks are open.