Latest Odisha News

ନିଶା କାରବାର ନେଇ ନୟାଗଡ଼ ଜେଲରେ ପୋଲିସର ଚଢ଼ାଉ

ନୟାଗଡ଼: ନିଶା କାରବାର ନେଇ ଜେଲରେ ପୋଲିସର ଚଢ଼ାଉ। ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ଚାଲିଛି ରେଡ୍‌। ଏସପିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଚଢ଼ାଉରେ ସାମିଲ ହୋଇଥିବା ସୂଚନା ରହିଛି।

ଦଶପଲ୍ଲା ଉପ କାରାଗାରରୁ ମିଳିଲା ବିପୁଳ ନିଶାଦ୍ରବ୍ୟ। ବିପୁଳ ପରିମାଣରେ ଗୁଟଖା, ଖଇନି, ବିଡି ସହ ବ୍ଲେଡ୍‌ ଜବତ ହୋଇଛି। ଆଜି ସକାଳୁ ସକାଳୁ କାରାଗାରରେ ବଡ଼ ଧରଣର ଚଢ଼ାଉ କରାଯାଇଛି। ନିଶା କାରବାର ଅଭିଯୋଗରେ ନୟାଗଡ଼ ଏସପିଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି।

ମାଜିଷ୍ଟ୍ରେଟ ସହ ବହୁ ବରିଷ୍ଠ ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଜେଲ୍ ଭିତରକୁ କିଭଳି ନିଶା ସାମଗ୍ରୀ ଗଲା ଏବଂ କଡ଼ା ସୁରକ୍ଷା ଭିତରେ ଜେଲ୍ ଭିତରକୁ ନିଶାଦ୍ରବ୍ୟ କିଏ ଓ କେମିତି ପଠାଉଛି ସେନେଇ ଖୋଳତାଡ଼ ଆରମ୍ଭ ହୋଇଛି।

Comments are closed.