ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବିିଭିନ୍ନ ମେଡିସିନ୍ ଷ୍ଟୋରରେ ଚଢ଼ାଉ । ମାସ୍କ, ହ୍ୟାଣ୍ଡୱାଶ ଓ ସାନିଟାଇଜରର କଳାବଜାରୀ ନେଇ ଲକ୍ଷ୍ମୀସାଗର ଅଂଚଳର ବିଭିନ୍ନ ଔଷଧ ଦୋକାନ ଉପରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି ।
ସେହିପରି ବାପୁଜିନଗରରେ ଥିବା କେତେକ ମେଡିସିନି ଷ୍ଟୋର୍ରେ ମଧ୍ୟ ପୋଲିସ ଚଢ଼ାଉ କରିଛି । ଆବଶ୍ୟକ ସାମଗ୍ରୀ ମାସ୍କ, ହ୍ୟାଣ୍ଡ ୱାସ, ସାନିଟାଇଜର ଆଦି ଜିନିଷର କଳାବଜାରୀ କରାଗଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ୍ ପୋଲିସ ସୂଚନା ଦେଇଛି ।
ଗତ କିଛି ଦିନ ହେବ କରୋନା ସତର୍କତା ପାଇଁ ବଜାରେ ମିଳୁଥିବା ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରର ମୂଲ୍ୟ ହଠାତ ବଢ଼ି ଯାଇଥିଲା । ଏହାର ଫାଇଦା କେତେକ ବ୍ୟବସାୟୀ ଉଠାଇଥିଲେ । ଏହାକୁ ରୋକିବା ପାଇଁ ଆଜି ସମସ୍ତ ମେଡିସିନ୍ ଷ୍ଟୋର ଉପରେ ଚଢ଼ାଉ କରାଯାଇଛି ।
BREAKING NEWS
- IAS Reshuffles: ଆଇଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର
- ବିଶ୍ୱକପ ଖେଳିବା ଅପେକ୍ଷା ଜରୁରୀ ଥିଲା ବାପାଙ୍କ ପାଖରେ ରହିବା
- ବବିଜେଡି ଓ କଂଗ୍ରେସ ମେଣ୍ଟ କରିବା ଏକ ହତାଶାର ମେଣ୍ଟ: ଅନିଲ ବିଶ୍ୱାଳ
- Traffic Rule Violations: ସଡ଼କ ନିୟମ ଉଲ୍ଲଙ୍ଘନ କରୁଥିଲେ ସାବଧାନ… ମାର୍ଚ୍ଚ ୨୧ରୁ କଡ଼ା ଯାଞ୍ଚ
- Petrol LPG Crisis: ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସର ଅଭାବ ରୋକିବାକୁ ଅଣ୍ଟା ଭିଡ଼ିଲେ ସରକାର, ଶାହଙ୍କ ନେତୃତ୍ୱରେ କମିଟି ଗଠନ
- Monalisa Marries Boyfriend: ହାତକୁ ଦୁଇହାତ ହେଲେ ମହାକୁମ୍ଭ ଭାଇରାଲ ଗାର୍ଲ୍, ମୁସଲିମ ବୟଫ୍ରେଣ୍ଡଙ୍କ ସହ ମନ୍ଦିରରେ କଲେ ବିବାହ
- ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ପଦକ୍ଷେପ: ଖରାଦିନେ ହେବନି ବିଜ୍ୟୁତ କାଟ୍
- ରାଜ୍ୟସଭା ନିର୍ବାଚନ ପାଇଁ ହୁଇପ୍ ଜାରି କଲା ବିଜେଡି କଂଗ୍ରେସ
- LPG Gas Row Protests In Assembly: ବିଧାନସଭାରେ ଏଲପିଜି ଗ୍ୟାସ୍ ତାତି, ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
- ଓଡିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବ ନୂଆ ଅମୃତ ଭାରତ ଟ୍ରେନ
Comments are closed.