ମଧ୍ୟପ୍ରଦେଶ: କ୍ଷୀରରେ ମିଶୁଛି ସାମ୍ପୁ । କେବଳ ସେତିକି ନୁହେଁ ସ୍ପିରିଟ୍ରେ ତିଆରି ହେଉଛି କ୍ଷୀର । ଏଭଳି ଏକ ସାଂଘାତିକ ସତ ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରୁ । ଏଠାରେ ନକଲି କ୍ଷୀର ତିଆରି କରାଯାଉଥିବା ନେଇ ପୋଲିସ ଚଢ଼ାଉ ବେଳେ ଜଣାପଡିଛି ।
ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲା ପୁପ କସ୍ବେ ଅଚଂଳର ରାମନଗର ଠାରେ ଏକ ନକଲି କ୍ଷୀର ଡାଏରୀ ଚଳାଉଥିବା ନେଇ ଖବର ପାଇ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଚଢ଼ାଉ କରିଥିଲା । ଏଠି ଦିନ ଦ୍ୱିପହରେ ଚାଲିଥିଲା ବେଧଡକ ଅପମିଶ୍ରଣ । କ୍ଷୀରରେ ଡିଟରଜେଣ୍ଟ, ୟୁରିଆ, ହାଇଡ୍ରୋଜେନ୍, ଲୁବ୍ରିକେଂଟ, କ୍ରିପ୍ଟୋ ଅଏଲ ଭଳି ଅନେକ ରାସାୟନିକ ପଦାର୍ଥକୁ ଖୁଲମଖୁଲା ଅପମିଶ୍ରଣ କରାଯାଉଥିବା ନେଇ ଚଢ଼ାଉ ବେଳେ ଜଣାପଡିଥିଲା । ଏହାକୁ ଦେଖି ସମସ୍ତେ ଚକିତ ହୋଇପଡିଥିଲେ ।
ଚଢ଼ାଉ ବେଳେ ପୋଲିସ ୩ଶହ ଲିଟର କେମିକାଲ ଓ ବିଭିନ୍ନ ପ୍ରକାରର ଶୁଖିଲା ପାଉଡର ଓ ଅନେକ କେମିକାଲ ଯୁକ୍ତ ସାମଗ୍ରୀ ଜବତ ହୋଇଛି । କେବଳ ସେତିକି ନୁହେଁ ହସ୍ପିଟାଲରେ କ୍ଷତ ଚିହ୍ନକୁ ସଫା କରିବା ପାଇଁ ଯେଉଁ କେମିକାଲ ବ୍ୟବହାର କରାଯାଏ ତାହା ମଧ୍ୟ ମିଳିଥିବା ଜଣାପଡିଛି । ଏହି ଘଟଣା ଏବେ ସାରା ଦେଶକୁ ଆଶ୍ଚର୍ଯ୍ୟ କରି ଦେଇଛି ।
BREAKING NEWS
- ହୁତୁହୁତୁ ହୋଇ ଜଳିଲା ବାଇକ୍ ଶୋ’ରୁମ୍
- SIR Declaration: ବିବାଦ ପରେ ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି, ଫର୍ମ-୬ ସହ ଆଉ ଦେବାକୁ ପଡ଼ିବନି ଅତିରିକ୍ତ ଘୋଷଣା
- INDIA bloc Meet: ଦିଲ୍ଲୀରେ ବିରୋଧୀଙ୍କ ବଡ ବୈଠକ! SIR ବିବାଦ, CECଙ୍କ ଇସ୍ତଫା ନେଇ ତାତିଲା ରାଜନୀତି, ସରକାରଙ୍କୁ ଘେରିବାକୁ ବଡ ରଣନୀତି?
- ଗହୀରମଥାରୁ ୧୯ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ
- ବନ୍ୟାରେ ଉବୁଟୁବୁ ଭଦ୍ରକ, ଆଜି ୧୬୬ ସ୍କୁଲ ବନ୍ଦ…
- ଟେକ୍-ଅଫର କିଛି ସମୟ ପରେ ସେନା ବିମାନ କ୍ରାସ, ୬ ମୃତ
- ଦୀର୍ଘ ୬ ବର୍ଷ ପରେ ଖୋଲିଲା ଗୁଣ୍ଡିଚା ମନ୍ଦିର
- ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଜାଣନ୍ତୁ କାହିଁକି…
- ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ବିଭିନ୍ନ ସ୍ଥାନରେ ଟାୟାର ଜାଳି…
- ଜାମ୍ମୁ-କାଶ୍ମୀରର କଠୁଆରେ ବଡ଼ ଅଘଟଣ :ଯବାନଙ୍କ ଗୁଳିଚାଳନାରେ ୪ ସହକର୍ମୀ ମୃତ

Comments are closed.