Latest Odisha News

BREAKING NEWS

ପ୍ରଥମ ଥର ଲିଙ୍ଗାୟତ ମଠର ମୁଖ୍ୟ ପୂଜାରୀ ହେବେ ଜଣେ ମୁସଲମାନ

ହୁବଳୀ: ଉତ୍ତର କର୍ଣ୍ଣାଟକର ଗଡଗ ଜିଲ୍ଲାରେ ସ୍ଥିତ ଲିଙ୍ଗାୟତ ମଠରେ ଜଣେ ମୁସଲିମ ବ୍ୟକ୍ତିକୁ ମୁଖ୍ୟ ପୂଜାରୀ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ୩୩ ବର୍ଷୀୟ ଦିବାନ ଶରୀଫ ରହମାନସାବ ମୁଲ୍ଲାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ସେ ୨୬ ଫେବୃଆରୀରେ ପୂଜକ ପଦ ଗ୍ରହଣ କରିବେ । ନଭେମ୍ବର ୧୦, ୨୦୧୯ ମସିହାରେ ଶରୀଫ ‘ଲିଙ୍ଗ ଦୀକ୍ଷା’ ନେଇଥିଲେ ।

ଶରୀଫ କହିଛନ୍ତି କି, ସେ ବାଲ୍ୟକାଳରୁ ହିଁ ୧୨ତମ ଶତାବ୍ଦୀର ସୁଧାରକ ବାସୱନ୍ନାଙ୍କ ଶିକ୍ଷାରେ ପ୍ରଭାବିତ ଥିଲେ ଓ ସେ ସାମାଜିକ ନ୍ୟାୟ ତଥା ସଦଭାବର ଆଦର୍ଶରେ ସେ କାମ କରିବେ ।

ଏହି ଲିଙ୍ଗାୟତ ମଠ ଗଡଗ ଜିଲ୍ଲାର ଆସୁତି ଗାଁର । ଏହାର ନାମ ମୁରୁଗରାଜେନ୍ଦ୍ର କୋରାନେଶ୍ୱରା ଶାନ୍ତିଧାମ ମଠ ।

Leave A Reply

Your email address will not be published.