Latest Odisha News

BREAKING NEWS

ଏହି ଘରୋଇ ଉପାୟରେ ଫେରାଇ ଆଣନ୍ତୁ ଧଳା କପଡ଼ାର ପୂର୍ବ ଚମକ..

ଭୁବନେଶ୍ୱର: ଧଳା ବା ଶୁଭ୍ର କପଡା ପିନ୍ଧିବାକୁ କାହାକୁ ବା ଭଲ ଲଗେନାହିଁ । ଯେକୌଣସି ବର୍ଣ୍ଣର ବ୍ୟକ୍ତି ଧଳା ରଙ୍ଗର ପୋଷାକ ପରିଧାନ କଲେ ତାଙ୍କର ବ୍ୟକ୍ତିତ୍ୱ ଦ୍ଵି ଗୁଣିତ ହୋଇଯାଏ।

କିନ୍ତୁ ଧଳା ରଙ୍ଗର ଡ୍ରେସ ହେଉ ବା ବେଡ ସିଟ ହେଉ କିଛି ଦିନ ରହିବା ପରେ ଏହା ମାଟିଆ ଦେଖାଯାଏ । ବାରମ୍ବାର ଧୋଇବା ପରେ ମଧ୍ୟ ପୁର୍ବ ଉଜ୍ୱଳତା ଆସେ ନାହିଁ ।

ଯଦି ଧଳା କପଡାକୁ ଧଳା ରଖିବକୁ ଚାହୁଁଛନ୍ତି ଆପଣାନ୍ତୁ କିଛି ଉପାୟ ।

ଧଳା କପଡାକୁ ସବୁବେଳେ ଖରାରେ ଶୁଖାଇଲେ ତାର ପୂର୍ବରଙ୍ଗ ରହିଥାଏ

ଯେ କୌଣସୀ ଧଳା ପକଡା ଧୋଇବା ପୂର୍ବରୁ ଗୋଟିଏ ବାଲଟି ପାଣିରେ କିଛି ଟୋପା ଭିନେଗାର ୧୫/୨୦ ମିନିଟ ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ ଏହା ପରେ ସଫାକଲେ ପୂର୍ବ ପରି ଚମକ ଆସିଥାଏ ।

ଧଳା କପଡାକୁ ୩୦ ମିନିଟ ଥଣ୍ଡା ପାଣିରେ ଭିଜାଇବା ପରେ ଏଥିରେ ବ୍ଲିଚିଂ ପାଉଡର ପକାନ୍ତୁ ଏହି ବ୍ଲିଚିଂ ପାଣିରେ କପଡାକୁ ୧୫ ମିନିଟ ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ ଏହା ଭିତରେ କପଡା ଧୋଇବା ପରେ ଦାଗ ସମ୍ପୂର୍ଣ୍ଣ ରୁପେ ଛାଡିଯିବ ।

ଧଳା କପଡାକୁ ଧୋଇବା ପରେ ଅଧ ବାଲଟି ପାଣିରେ ଅଧା ଲେମ୍ବୁ ରସ ପକାଇ କିଛି ସମୟ ବୁଡାଇ ରଖିବା ପରେ ଧୋଇଲେ କପଡାର ପୂର୍ବ ଉଜ୍ଜ୍ୱଳତା ଫେରିଆସିଥାଏ ।

Leave A Reply

Your email address will not be published.