Latest Odisha News

BREAKING NEWS

ଶିଶୁକୁ ଫେରାଇ ନେବାକୁ ମା’ର ଅନୁରୋଧ

ଯାଜପୁର : ଶିଶୁ କନ୍ୟା ବିକ୍ରି ହେବା ଘଟଣା । ଶିଶୁ କନ୍ୟାକୁ ନେବା ପାଇଁ ଜିଲା ଶିଶୁ ମଙ୍ଗଳ ସମିତିର ଦ୍ୱାରସ୍ଥ ହୋଇଛନ୍ତି ଶିଶୁର ମାଆ । ତେବେ ପୋଲିସ ରିପୋର୍ଟ ମଗାଯିବା ପରେ ଶିଶୁକୁ ହସ୍ତାନ୍ତର କରାଯିବ ବୋଲି ଜଣା ଯାଇଛି । ଯାଜପୁର ଜିଲା ବିଂଝାରପୁର ଥାନା ପଂତେପୁର ମଲିଆ ଗାଁର ଏହି ଶିଶୁ କନ୍ୟା ବିକ୍ରି କରାଯାଇଥିଲା । ଏହି ବିକ୍ରି ଅଭିଯୋଗ କରାଯିବା ପରେ ପୁଲିସ ଶିଶୁଟିକୁ ଉଦ୍ଧାର କରିଛି ।

ବର୍ତମାନ ଶିଶୁଟିକୁ ଯାଜପୁରର ସ୍ୱତନ୍ତ୍ର ଶିଶୁ କେନ୍ଦ୍ରରେ ରଖାଯାଇଛି । କିନ୍ତୁ ସେହି ଶିଶୁ କନ୍ୟାକୁ ନେବା ପାଇଁ ଏବେ ଶିଶୁର ମାଆ ଶିଶୁ ମଙ୍ଗଳ ସମିତି ନିକଟରେ ଆବେଦନ କରିଛନ୍ତି । ପରେ ସ୍ଥାନୀୟ ପୋଲିସ ଏବଂ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କଠାରୁ ରିପୋର୍ଟ ମଗାଯିବା ପରେ ଶିଶୁକୁ ହସ୍ତାନ୍ତର କରାଯିବ ବୋଲି ଶିଶୁ ମଂଗଳ ସମିତି ଅଧକ୍ଷ କହିଛନ୍ତି ।

Leave A Reply

Your email address will not be published.