Latest Odisha News

BREAKING NEWS

ଖଣି ଦୁର୍ନୀତି ମାମଲା, ୫ ଘଣ୍ଟା ପରେ ଇଡି ଅଫିସରୁ ବାହାରିଲେ ବିଜେଡି ବିଧାୟକ

ଭୁବନେଶ୍ୱର: ଇଡି ଖୋଲୁଛି ଖଣି ଫାଇଲ୍ । ତାଳଚେର ବିଜେଡି ବିଧାୟକ ବ୍ରଜ ପ୍ରଧାନ ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି । ପ୍ରାୟ ୫ ଘଣ୍ଟାର ଜେରା ପରେ ବ୍ରଜ ପ୍ରଧାନ ଇଡି କାର୍ଯ୍ୟାଳୟରୁ ବାହାରି ଥିବା ବେଳେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି ।

ଏହା ପୂର୍ବରୁ ଗତ ୨୦ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ବିଜେଡି ବିଧାୟକ ବ୍ରଜ ପ୍ରଧାନ । ସୂଚନା ଅନୁସାରେ, ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକ ଓ ବ୍ରଜ ପ୍ରଧାନଙ୍କ ମଧ୍ୟରେ ବଡ଼ ଧରଣର ଟଙ୍କା କାରବାର ହୋଇଥିଛି ।

ଯାହାକୁ ନେଇ ମନି ଲଣ୍ଡରିଂର ତଦନ୍ତ କରୁଛି ଇଡି । ୨୦୧୮-୧୯ ଆର୍ଥିକ ବର୍ଷରେ ହୋଇଥିବା କୋଟି କୋଟି ଟଙ୍କା କାରବାରର ତଦନ୍ତ ଇଡି କରୁଛି । ଗତବର୍ଷ ଇଡି ଏହି ମାମଲାରେ ୧୩୩ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା । କୌଣସି ଖଣି ଦୁର୍ନୀତିରେ ସମ୍ପୃକ୍ତ ନଥିବା ପୂର୍ବରୁ କହିଥିଲେ ବ୍ରଜ ପ୍ରଧାନ ।

Leave A Reply

Your email address will not be published.