Latest Odisha News

ପୁରୀ ପୋଲିସକୁ ବଡ ସଫଳତା, ଉଦ୍ଧାର ହେଲେ ୧୪୫ ନିଖୋଜ ଶିଶୁ

ପୁରୀ: ପୁରୀ ପୋଲିସକୁ ମିଳିଛି ବଡ ସଫଳତା । ୧୪୫ ଜଣ ନିଖୋଜ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ଏହି ପିଲାମାନେ ଗତ ଦେଢ ମାସ ହେବ ନିଖୋଜ ଥିଲା । ଆଜି ସମସ୍ତ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ପରେ ପିଲାମାନଙ୍କୁ ସେମାନଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ସୂଚନା ଅନୁସାରେ, ଅନେକ ନାବାଳକ ଓ ନାବାଳିକା ନିଖୋଜ ମାମଲା ପୁରୀର ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ପୁରୀର ଅନେକ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଆରମ୍ଭ କରିଥିଲା ସ୍ପେଶାଲ ଡ୍ରାଇଭ । ଶେଷରେ ଆଜି ସମସ୍ତ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ପରେ ପିଲାମାନଙ୍କୁ ସେମାନଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଉଦ୍ଧାର ଶିଶୁ ମାନଙ୍କ ମଧ୍ୟରେ ପିପିଲି ସବଡିଭିଜନର ୩୫ଜଣ, ନିମାପଡ଼ା ସବଡିଭିଜନର ୫୫, ସଦର ସବଡିଭିଜନର ୨୮ ଓ ପୁରୀ ସିଟି ସବଡିଭିଜନର ୨୭ଜଣ ରହିଛନ୍ତି । ଏବେ ମାତ୍ର ୧୪୫ ଜଣଙ୍କୁ ପୋଲିସ ଉଦ୍ଧାର କରାଯାଇଥିବା ବେଳେ ଅନେକ ନାବାଳକ ଓ ନାବାଳିକା ଏବେବି ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ପୋଲିସର ଏହି ସ୍ଵତନ୍ତ୍ର ଡ୍ରାଇଭ ଚାଲୁରହିବ ବୋଲି କହିଛନ୍ତି ପୁରି ଏସିପି ।

Leave A Reply

Your email address will not be published.