Latest Odisha News

BREAKING NEWS

ସପ୍ତମଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ: ଲଗାତାର ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ମନିଟରିଂ ପଲିସି କମିଟିର ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋ ରେଟ୍ ତଥା ସୁଧ ହାର ଅପବର୍ତ୍ତିର୍ତ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି । ଫଳରେ ସୁଧ ହାର ୬.୫ ପ୍ରତିଶତ ରହିଛି ।

ବେଞ୍ଚମାର୍କ ସୁଧ ହାର ଗତ ଫେବୃଆରୀ ୨୦୨୩ରେ ବୃଦ୍ଧି କରାଯାଇଥିଲା, ଯେତେବେଳେ ଏହା ୬.୨୫ ପ୍ରତିଶତରୁ ବର୍ତ୍ତମାନର୬.୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲ। ପୂର୍ବରୁ, ମେ ୨୦୨୨ ରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ରେପୋ ହାରକୁ ୨୫୦ଆଧାର ପଏଣ୍ଟକୁ ବୃଦ୍ଧି କରାଯାଇଥିଲା ।

ସେଣ୍ଟ୍ରାଲ ବ୍ୟାଙ୍କ ବ୍ୟାଙ୍କଗୁଡିକୁ ଦେଉଥିବା ରଣର ସୁଧ ହାରକୁ ରେପୋ ରେଟ କୁହାଯାଏ । ରେପୋ ରେଟ ବଢିଲେ ସାଧାରଣ ଲୋକଙ୍କ ପକେଟ ଉପରେ ମାଡ ହୁଏ । ବ୍ୟାଙ୍କ ସୁଧ ହାର ବଢାଇଥାଏ । ଫଳରେ ଇଏମଆଇ ମଧ୍ୟ ଅଧିକା ଦେବାକୁ ପଡିଥାଏ । ରେପୋ ରେଟ ଅପରିବର୍ତିତ ରହିଥିବାରୁ ସାଧାରଣ ଲୋକଙ୍କ ଆସ୍ୱସ୍ତି ମିଳିଛି ।

Leave A Reply

Your email address will not be published.