Latest Odisha News

ମୋବାଇଲ ହସ୍ତାନ୍ତର ମେଳା ଅନୁଷ୍ଠିତ, ପ୍ରକୃତ ମାଲିକଙ୍କୁ ୧୨୦ଟି ମୋବାଇଲ ପ୍ରଦାନ କଲେ ପୋଲିସ କମିଶନର

ଭୁବନେଶ୍ୱର: ଆଜି ଅପରାହ୍ନରେ ଭୁବନେଶ୍ୱର କମିଶନରଙ୍କ କାର୍ଯ୍ୟାଳୟଠାରେ ମୋବାଇଲ ହସ୍ତାନ୍ତର ମେଳା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ଵରର ବିଭିନ୍ନ ଥାନା ତଥା ପିଓପିଡି, ଟିମ-୬୦ ଏବଂ ଓସିପିଓ ସେଲର ମିଳିତ ପ୍ରୟାସରେ ଚୋରି/ ଲୁଟ କିମ୍ବା ହଜିଯାଇଥିବା ୧୨୦ଟି ଉଦ୍ଧାର କରାଯାଇଥିଲା। ଏହି ସମସ୍ତ ଚୋରି ମୋବାଇଲ ପ୍ରକୃତ ମାଲିକଙ୍କୁ ପ୍ରଦାନ କଲେ ପୋଲିସ କମିଶନର।

ଚୋରି ମୋବାଇଲକୁ ଅତିରିକ୍ତ ଡେପୁଟି ପୋଲିସ କମିଶନର, ପ୍ରକାଶ ଚନ୍ଦ୍ର ପାଲ (ଓପିଏସ), ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ସେମାନଙ୍କର ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରିଥିଲେ। ଉଦ୍ଧାର ହୋଇଥିବା ମୋବାଇଲ ଗୁଡିକ ମଧ୍ୟରୁ ଓସିପିଓ ସେଲ ଦ୍ଵାରା ସର୍ବାଧିକ ୪୧ଟି ମୋବାଇଲ ଫୋନ ଉଦ୍ଧାର ହୋଇଥିବା ବେଳେ ଭରତପୁର ଥାନା ଦ୍ଵାରା ୨୩ଟି ଏବଂ ଶହୀଦନଗର ଥାନା ଦ୍ଵାରା ମୋଟ ୨୦ଟି ମୋବାଇଲ ଫୋନ ଉଦ୍ଧାର ହୋଇଥିଲା। ଏହି ମୋବାଇଲ ଗୁଡିକର ପ୍ରକୃତ ମାଲିକାନା ଯାଞ୍ଚ ପରେ ସେମାନଙ୍କ ପ୍ରକୃତ ମାଲିକମାନଙ୍କୁ ଯୋଗାଯୋଗ କରାଯିବା ସହ ଆଜି ଏକ ମେଳା ଅନୁଷ୍ଠିତ କରାଯାଇ ଉକ୍ତ ମୋବାଇଲ ଗୁଡିକୁ ହସ୍ତାନ୍ତର କରାଯାଇଥିଲା।

ଉଲ୍ଲେଖ ଯୋଗ୍ୟ, ଗତ ବର୍ଷ ୨୦୨୨ ମସିହାରେ ପୋଲିସ ବିଭାଗର କର୍ମତତ୍ପରତା ଓ ତ୍ଵରିତ ପଦକ୍ଷେପ ଯୋଗୁଁ ମୋଟ ୧୪୩୪ଟି ମୋବାଇଲ ଫୋନ ଉଦ୍ଧାର କରାଯାଇଥିବା ବେଳେ ମୋଟ ୧୨୫୦ଟି ରୁ ଅଧିକ ମୋବାଇଲ ଫୋନ ସେମାନଙ୍କ ପ୍ରକୃତ ମାଲିକ ମାନଙ୍କୁ ହସ୍ତାନ୍ତର କରାଯାଇ ପାରିଥିଲା। ସେହିପରି ଚଳିତ ବର୍ଷ ମଧ୍ୟ ଏଯାବତ ମୋଟ ୮୫୨ଟି ମୋବାଇଲ ଫୋନ ଉଦ୍ଧାର କରାଯାଇଥିବା ବେଳେ ସେଥିମଧ୍ୟରୁ ମୋଟ ୭୧୫ଟି ମୋବାଇଲ ଫୋନ ସେମାନଙ୍କ ପ୍ରକୃତ ମାଲିକ ମାନଙ୍କୁ ଫେରସ୍ତ ଦିଆଯାଇପାରିଛି।

Comments are closed.