Latest Odisha News

ଆର୍ମି କ୍ୟାଣ୍ଟିନର ୪୩ ଲକ୍ଷ ଟଙ୍କାର ସାମଗ୍ରୀ ନେଇ ଚମ୍ପଟ ମାରୁଥିବା ଟ୍ରକ ଜବତ

ସୁନ୍ଦରଗଡ: ଝାଡ଼ଖଣ୍ଡର ଆର୍ମି କ୍ୟାଣ୍ଟିନ ପାଇଁ ଆସିଥିବା ୪୩ ଲକ୍ଷ ଟଙ୍କାର କସମେଟିକ୍ ସାମଗ୍ରୀ ନେଇ ଚମ୍ପଟ ମାରିବାକୁ ପ୍ରୟାସ କରିଥିବା ଏକ ଟ୍ରକକୁ କାବୁ କରିବାରେ ସଫଳ ହୋଇଛି ରାଉରକେଲା ଏବଂ ବିହାର ପୋଲିସ। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ପାଞ୍ଚ ଜଣଙ୍କୁ ପୋଲିସ ଗିରଫ କରିଛି। ଜବତ ହୋଇଥିବା କସମେଟିକ ସାମଗ୍ରୀ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡର ଥିଲା।

ମାର୍ଚ୍ଚ ୪ ତାରିଖରେ ପାଟନାର ଆନନ୍ଦ ଏଜେନ୍ସିରୁ ବିଭିନ୍ନ ସାମଗ୍ରୀ ଲୋଡ୍ କରି ଏହି ଟ୍ରକଟି ବାହାରିଥିଲା। ଟ୍ରକଟି ଝାଡ଼ଖଣ୍ଡର ଏକ ଆର୍ମି କ୍ୟାଣ୍ଟିନରେ ସାମଗ୍ରୀ ଅନଲୋଡ୍ କରିବାର ଥିଲା। ତେବେ ରାଉରକେଲାରେ ଟ୍ରକରେ ମାଲ୍ ଅଣାୟିବା ପରେ ସାମଗ୍ରୀ ବିକ୍ରି ପାଇଁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।

ଟ୍ରକଟି ରାମଗଡ଼ ଆର୍ମି କ୍ୟାଣ୍ଟିନରେ ପହଞ୍ଚିବାର ଥିଲା। ଟ୍ରକର ମାଲିକ ଯିଏକି ଡ୍ରାଇଭର ମଧ୍ୟ, ସେ ହିଁ ଏହି ଯୋଜନା କରିଥିଲା। ଏହି ଟ୍ରକକୁ ରାଉରକେଲା ଅଣାଯାଇ ସେ ଏକ ଗ୍ୟାରେଜ ସହ ଯୋଗାଯୋଗ କରି ଏହାର ନମ୍ବର ଓ ରଙ୍ଗ ବଦଳାଇଥିଲେ ବୋଲି ରାଉରକେଲା ଏସପି ମୁକେଶ ଭାମୁ କହିଛନ୍ତି। ରାଉରକେଲା ଏସପି ଆହୁରି ସୂଚନା ଦେଇଛନ୍ତି ଯେ, ଅଭିଯୁକ୍ତମାନେ ଏକ ସ୍ଥାନରେ କସମେଟିକ୍ ସାମଗ୍ରୀକୁ ଅନଲୋଡ କରିବା ପରେ ବିକ୍ରି କରିବାକୁ ଯୋଜନା କରିଥିଲେ।

ସେ କହିଛନ୍ତି,ଆମେ ଗାଡ଼ିକୁ ଜବତ କରିବା ସହ ୧୨୦୮ କାର୍ଟନ୍ ସାମଗ୍ରୀ ଜବତ କରିଛୁ। ଏହା ସହ ଏକ ଏସୟୁଭି କାରକୁ ମଧ୍ୟ ଜବତ କରାଯାଇଛି। ଏହି ସାମଗ୍ରୀର ମୂଲ୍ୟ ପ୍ରାୟ ୪୩ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

Comments are closed.