Latest Odisha News

BREAKING NEWS

ଧଉଳି ବୁଲିବାକୁ ଆସି ଲିଫ୍ଟରେ ଫସିଗଲେ ପର୍ଯ୍ୟଟକ, ୪୫ ମିନିଟ ପରେ ହେଲେ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ଧଉଳିରେ ଶୁକ୍ରବାର ସକାଳେ ଲିଫ୍ଟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ୬ ଜଣ ପର୍ଯ୍ୟଟକଙ୍କ ସମେତ ୭ ଜଣ ଗୁରୁତର ହୋଇଛନ୍ତି। ଲିଫ୍ଟର କବାଟ ବନ୍ଦ ହେବା ପରେ ଆଉ କାମ କରିନଥିଲା। ତେଣୁ ପର୍ଯ୍ୟଟକ ଓ ଲିଫ୍ଟ ଅପରେଟର ୪୫ ମିନିଟରୁ ଅଧିକ ସମୟ ଧରି ଲିଫ୍ଟ ଭିତରେ ଫସି ହୋଇରହିଥିଲେ। ପରେ ସ୍ଥାନୀୟ ଦୋକାନୀ ଓ ପୁଲିସ ସହାୟତାରେ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜଣେ ଦୋକାନୀ କହିଛନ୍ତି, ସାତ-ଆଠ ଜଣ ପର୍ଯ୍ୟଟକଙ୍କ ସହ ଲିଫ୍ଟଟି ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଫସିଯାଇଥିଲେ। ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲୁ ଏବଂ ଲୋକମାନେ ଉଦ୍ଧାର କରିବାକୁ ନିବେଦନ କରୁଥିବା ଶୁଣିବାକୁ ପାଇଥିଲୁ। ହଠାତ ଅନ୍ୟ କୌଣସି ବିକଳ୍ପ ନ ପାଇ ଆମେ ସ୍ଥାନୀୟ ଥାନାକୁ ଫୋନ୍ କରିଥିଲୁ । ଏହା ସହିତ ଲିଫ୍ଟ ଅପରେଟର ମଧ୍ୟ ଲିଫ୍ଟ ଭିତରେ ଫସି ରହିଥିଲେ। ପରେ ଆମେ ସ୍କୃ ଡ୍ରାଇଭର ସାହାଯ୍ୟରେ ଲିଫ୍ଟର ଗେଟ୍ ଖୋଲି ସମସ୍ତଙ୍କୁ ଉଦ୍ଧାର କରିଥିଲୁ ବୋଲି ସେ କହିଛନ୍ତି।

ପର୍ଯ୍ୟଟକମାନେ ଲିଫ୍ଟ ଭିତରେ ୪୫ ମିନିଟ ଧରି ରହିଯିବା ପରେ ଅଣ ନିଶ୍ୱାସୀ ହୋଇଯାଇଥିଲେ। ଲିଫ୍ଟ ଭିତରୁ ବାହାରିବା ପରେ ପ୍ରାୟତଃ ସମସ୍ତେ ଭୟଭୀତ ଥିବା ଦେଖିବାକୁ ମିଳିଥିଲା। ପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି।

ଲିଫ୍ଟ ଅପରେଟର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଆସିଥିଲେ ବୁଲିବାକୁ । ସେମାନେ ଲିଫ୍ଟରେ ଯିବାକୁ ଚାହୁଁଥିଲେ। ହେଲେ ଲିଫ୍ଟ ଚଳାଇ ପାରିବେ ବୋଲି ସେମାନଙ୍କ ପାଖରେ ସାହାସ ନଥିଲା। ତେଣୁ ବାଧ୍ୟ ହୋଇ ସେ ସାଙ୍ଗରେ ଯାଇଥିଲେ। ହେଲେ ଲିଫ୍ଟର ଡୋର ବନ୍ଦ ହୋଇଯିବା ପରେ ଆଉ ଉପରକୁ ଉଠିନଥିଲା ଲିଫ୍ଟଟି। ପରେ ମ୍ୟାନେଜର ଏବଂ ଅନ୍ୟାନ୍ୟ ଲୋକ ଆସି ଡୋରଟିକୁ ଟାଣି ଧରିବାରୁ ସେ ଚାବି ଦେଇଥିଲେ। ପରେ ଖୋଲିଥିଲା।

ସେ କହିଛନ୍ତି, ସକାଳ ଓ ସଂଧ୍ୟା ସମୟରେ ଦୁଇ ଜଣ ଲେଖାଏଁ ଲିଫ୍ଚ ପରିଚଳନାରେ ରହିବା ଆବଶ୍ୟକ। ନହେଲେ ଏପରି ଅସୁବିଧା ହେବ। ଯାହା ଆଜି ହେଲା। ଯଦି ଆଉ ଜଣେ ରହିଥାନ୍ତେ ତାହେଲେ ସେ ତାଙ୍କ ଚାବିରେ ଆସି ଆମକୁ ଖୋଲି ଦେଇଥାନ୍ତେ। କେହି ଭିତରେ ଅଧଘଣ୍ଟାଏ ଧରି ଫସି ହୋଇ ରହିନଥାନ୍ତେ।

Leave A Reply

Your email address will not be published.