Latest Odisha News

୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ, ଡ୍ରାଇଭର ଫେରାର

କୋରାପୁଟ: ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ । ଅଳ୍ପକେ ବର୍ତ୍ତିଗଲା ଡ୍ରାଇଭର । ପାଟ୍ରୋଲିଂ ସମୟରେ ଏକ ପିକଅପ୍ ଭ୍ୟାନରୁ ୧୨୦ କେଜିର ଗଞ୍ଜେଇ ଜବତ କରିଛି ନନ୍ଦପୁର ପୋଲିସ । ପିକଅପ୍ ଭ୍ୟାନରେ ସିକ୍ରେଟ୍ ଚାମ୍ବର କରି ଗଞ୍ଜେଇ ଚାଲାଣ କରୁଥିଲେ ମାଫିଆ ।

ସୂଚନା ଅନୁସାରେ, ବିଶେଷ ସୂତ୍ର ଖବର ପାଇ କୋରାପୁଟ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ପାତ୍ରପଣ୍ଡି ଠାରେ ପାଟ୍ରୋଲିଂ କରୁଥିଲା ନନ୍ଦପୁର ପୋଲିସ । ସେତିକି ବେଳେ ସାମ୍ନା ପଟୁ ଆସୁଥିଲା ଏକ ପିକଅପ୍ ଭ୍ୟାନ । ଉକ୍ତ ପିକଅପ ଭ୍ୟାନରେ ଏକ ସିକ୍ରେଟ ଚ୍ୟାମ୍ବର କରି ଗଞ୍ଜେଇ ଚାଲାଣ କରୁଥିଲେ ମାଫିଆ । କିନ୍ତୁ ଦୁରରୁ ପୋଲିସକୁ ଦେଖି ସେହି ସ୍ଥାନରେ ଗାଡି ଛାଡି ପଳାଇଥିଲା ଅଭିଯୁକ୍ତ । ପୋଲିସ ଗାଡ଼ିକୁ ଯାଞ୍ଚ କରିବାରୁ ଗାଡ଼ି ଡ଼ାଲାରୁ ଗଞ୍ଜେଇ ପାଇଥିଲା ପୋଲିସ ।

ଜବତ ଗଞ୍ଜେଇ ୧୨୦ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କହିଛି ପୋଲିସ । ଏହାପରେ ଗାଡ଼ି ମାଲିକ ନାଁରେ ଏକ ମାମଲା ରୁଜୁ କରି ଏନେଇ ଅଧିକ ତଦନ୍ତ ଜାରି ରଖିଛି ନନ୍ଦପୁର ଏସଡିପିଓ ।

Comments are closed.