Latest Odisha News

ବିପୁଳ ପରିମାଣରେ ଗଞ୍ଜେଇ ଜବତ ,ଜଣେ ଗିରଫ

କୋରାପୁଟ : ବିପୁଳ ପରିମାଣର ଗଞ୍ଜେଇ ଜବତ । ଓଡିଶା ରାସ୍ତା ଦେଇ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଛ କୁଣ୍ଡ ପୋଲିସ ହାତରେ ଧରାପଡିଛି ବିପୁଳ ପରିମାଣର ଗଞ୍ଜେଇ । ୩୭୨ ଗ୍ରାମ ଗଞ୍ଜେଇ ଗଞ୍ଜେଇ ଜବତ କରାଯାଇଛି । ପ୍ରାୟ ୧୬ ବସ୍ତା ଗଞ୍ଜେଇ ଜବତ କରାଯାଇଛି । ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ । ତା ସହ ଗଞ୍ଜେଇ ମାଫିଆକୁ ଗିରଫ କରିଛି  ମାଛକୁଣ୍ଡ ପୋଲିସ । ଅଭିଯୁକ୍ତ ଠାରୁ ଗୋଟିଏ ପିକଅଫ୍ ଭ୍ୟାନ ପୋଲିସ ଜବତ କରିଛି ।

ମାଛକୁଣ୍ଡ ଥାନା ଅନ୍ତର୍ଗତ ବାଲେଲ ଅଞ୍ଚଳରୁ ତୁସୁବା ଓ ସଗର ରାସ୍ତାଦେଇ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚାଲଣ ହେଉଥିଲା । ଏହି ସମୟର କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ମାଛକୁଣ୍ଡ ଓ ଲତାମପୁଟ ପୋଲିସ ମିଳିତ ଭାବେ ଲତାମପୁଟ ଠାରୁ ୬ କଲୋମିଟର ତୁସୁବା ଗାଁ ନିକଟ ଛକରେ ନାକାବନ୍ଧି କରି ଗାଡି ମଟର ଯାଞ୍ଚ କରିଥିଲେ । ଠିକ ପାହାଁନ୍ତିଆ ସମୟରେ ବାଲେଲ ଅଞ୍ଚଳରୁ ଗୋଟିଏ ପିକଅପ ଭ୍ୟାନ୍ ଦ୍ରୁତ ଗତିରେ ଆସୁଥିବା ନେଇ ପୋଲିସ ଅଟକ ରିଖିଥିଲା ହେଲେ ଡ୍ରାଇଭର ଜଣକ ଅଟକ ନଥିଲେ ।

ପୋଲିସ ପିଛା କରି ପ୍ରାୟ ୩ କିଲୋମିଟର ପରେ ଗାଡିଟିକୁ ଧରିବାରେ ସଫଳ ହୋଇଥିଲା । ପରେ ଗାଡିରେ ଗଞ୍ଜେଇ ଥିବା ଜାଣଥିଲେ । ପରେ ଏହି ମାମଲାରେ ବାଲେଲ ଅଞ୍ଚଳର ରବି ବିଶୋଇ ନାମକ ଜଣେ ଯୁବକକୁ ଗିରଫ କରିଛି ପୋଲିସ ।ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.