Latest Odisha News

BREAKING NEWS

ଗୋଖାଦ୍ୟ ଟ୍ରକରେ ଯାଉଥିଲା ୨ କୁଇଣ୍ଟାଲ ଗଞ୍ଜେଇ, ମାଡି ବସିଲା ପୋଲିସ

ସୁବର୍ଣ୍ଣପୁର: ସୋନପୁର ପୋଲିସକୁ ବଡ଼ ସଫଳତା। ୨ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତ ଗିରଫ । ପଡ଼ୋଶୀ ବୌଦ୍ଧ ଜିଲ୍ଲାରୁ ଇଚର୍ ଟ୍ରକ ଯୋଗେ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ ବେଳେ ତେଲ ନଦୀ ପୋଲ ନିକଟରେ ଧରିଲା ପୋଲିସ। ଗୋଖାଦ୍ୟ ନେଉଥିବା ଟ୍ରକରେ ଯାଉଥିଲା ଗଞ୍ଜେଇ। ଗଞ୍ଜେଇ ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଉର୍ଦ୍ଧ୍ବ ହେବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଆରକ୍ଷୀ ଅଧିକ୍ଷକ।

ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଥାନା ଅଞ୍ଚଳରୁ ଏକ ଇଚର ଟ୍ରକ ଗୋଖାଦ୍ୟ ନେଇଯାଉଥିବାବେଳେ ସେଥିରେ କୋରିଅର ପ୍ୟାକେଟରେ ଗଞ୍ଜେଇ ନେଇ ଯାଉଥିବା ସୋନପୁର ପୋଲିସ ଖବର ପାଇଥିଲା । ଗାଡ଼ିକୁ ତେଲ ନଦୀ ସେତୁ ନିକଟରେ ଅଟକାଇବା ସହ ଯାଞ୍ଚ କଲାବେଳେ ସେଥିରେ ଥିବା ଗଞ୍ଜେଇ ଧରିଥିଲା ପୋଲିସ।

ଘଟଣାରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଦ୍ବୟ ହରିୟଣା ରାଜ୍ୟର ସତିଶ ଓ ଦେବେନ୍ଦର୍ ବୋଲି ଜଣାପଡିଛି। ତେବେ ଟ୍ରକକୁ ଜବତ କରିବା ସହିତ ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ। ଏଥି ସହିତ ଚଳିତ ମାସରେ ମୋଟ ୮ ଟି ଏଣ୍ଡିପିଏସ ସୋନପୁର ଥାନାରେ ହୋଇଥିବାବେଳେ ଗଞ୍ଜେଇ ଓ କଫ୍ ସିରଫ୍ ଜବତ ହୋଇଥିବା କହିଛନ୍ତି ଏସପି।

 

Comments are closed.