Latest Odisha News

BREAKING NEWS

ଧରାପଡ଼ିଲା ଗଞ୍ଜେଇ ଗାଡି, ମହାରାଷ୍ଟ୍ର ପୋଲିସ ବରଗଡ଼ରେ ଅଟକ

ବରଗଡ଼:ବରପାଲି ପୋଲିସକୁ ସଫଳତା ।୨୨କିଲୋ ଗଜେଇ ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ମହାରାଷ୍ଟ୍ର ନମ୍ବର ଥିବା ଗାଡିରେ ଏହି ସବୁ ଗଞ୍ଜେଇ ଚାଲାଣ ବେଳେ ପୋଲିସ ଧରିଥିଲା । ଏଥିରେ ଜଣେ ମହାରାଷ୍ଟ୍ର ପୋଲିସର ହେଡ୍ କନେଷ୍ଟବଳ ଥିବା ସୂଚନା ମିଳିଛି।ଗୋଟିଏ ପୋଲିସ ଲୋଗ ସହ ହାତକଡି ଜବତ କରାଯାଇଛି ବୋଲି ବରଗଡ଼ ଏସ୍ .ଡି .ପି .ଓ ଦୀପକ କୁମାର ଗୋଚ୍ଛାୟତ ସୂଚନା ଦେଇଛନ୍ତି।

ବରପାଲି ରେଲୁୱେ ଫାଟକ ନିକଟରୁ ବିଶ୍ୱସ୍ତ ସୁତ୍ରରୁ ପୋଲିସ ଖବର ପାଇ ବରପାଲି ପୋଲିସ,ଅତାବିରା ଓ.ଆଇ.ସିଓ ଓ ବରଗଡ଼ ଏସ.ଡି.ପି ଓ କୁ ନେଇ ତିନୋଟି ଟିମ୍ ଗଠନ କରାଯାଇ ଗଞ୍ଜେଇ ଜବତ କରାଯାଇଛି । ଚାରି ଚକିଆ ଗାଡିରେ ୨୨ କେଜି ଗଞ୍ଜେଇ ଜବତ କରାଯାଇଥିଲା । ଏହି ଚାରିଚକିଆ ଗାଡିଟି ସୋନପୁର ପଟୁ ଆସୁଥିବା ବେଳେ ବରପାଲି ଛକ ନିକଟରେ ପୋଲିସ ଧରିଥିଲା । ଗାଡିରେ ମହାରାଷ୍ଟ୍ର ନମ୍ବର ଥିବା ସୂଚନା ମିଳିଛି ।

Leave A Reply

Your email address will not be published.