Latest Odisha News

BREAKING NEWS

ବାରିପଦାରେ ଉଦ୍‌ଘାଟିତ ହଜାରେ ଏମ୍‌ଏମ୍‌ଟି ସମ୍ପନ୍ନ ଅକ୍ସିଜେନ୍ ପ୍ଲାଣ୍ଟ

ବାରପଦା: ମୟୁରଭଂଜ ଜିଲ୍ଲା ବାରିପଦାରେ ଲୋକାର୍ପିତ ହେଲା ଅକ୍ସିଜେନ୍ ପ୍ଲାଣ୍ଟ । ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ପରିସରରେ ହଜାରେ ଏମ୍‌ଏମ୍‌ଟି ସମ୍ପନ୍ନ ଅକ୍ସିଜେନ୍ ପ୍ଲାଣ୍ଟ ଉଦଘାଟିତ ହୋଇଛି ।

ଆଜି ଆନୁଷ୍ଠାନିକ ଭାବେ ଅକ୍ସିଜେନ୍ ପ୍ଲାଣ୍ଟକୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଲୋକାର୍ପିତ କରିଛନ୍ତି । ଆସନ୍ତାକାଲି ରାଇରଙ୍ଗପୁରରେ ଲୋକାର୍ପଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାରା ଭାରତରେ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଷ୍ପତ୍ତିି ନେଇଥିଲେ । ଅନ୍ୟପଟେ ଅକ୍ସିଜେନ୍ ପ୍ଲାଣ୍ଟ ଦ୍ୱାରା ୩୦ଟି ଆଇସିୟୁ ଓ ୨୦୦ ଶଯ୍ୟାକୁ ବିନା କୌଣସି ବାଧାରେ ଅକ୍ସିଜେନ୍ ଯୋଗାଣ ହୋଇପାରିବ ।

Leave A Reply

Your email address will not be published.