Latest Odisha News

BREAKING NEWS

ରାଜଧାନୀରୁ ୫୫୦ ଗ୍ରାମ୍ ବ୍ରାଉନସୁଗର ଓ ୩୪ ଲକ୍ଷ ଟଙ୍କା ଜବତ, ମହିଳାଙ୍କ ସମେତ ୨ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ବଡ଼ ଧରଣର ବ୍ରାଉନସୁଗର ରାକେଟର ପର୍ଦ୍ଦାଫାସ । ସହିଦନଗର ଥାନା କେସୁରା ଅଞ୍ଚଳରେ ଘର ଭିତରୁ ଜବତ ହୋଇଛି ୫୫୦ ଗ୍ରାମ ବ୍ରାଉନସୁଗର । ଏଥିସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି । ବିଡ଼ା ବିଡ଼ା ନୋଟ୍ ଜବତ କରିଛି ପୋଲିସ ।ସହିଦନଗର ଥାନା ପୋଲିସ ଓ କୁଇକ୍ ଆକ୍ସନ ଟିମ୍ କେସୁରା ଅଞ୍ଚଳରେ ଚଢ଼ାଉ କରି ଏହି ରାକେଟର ପର୍ଦ୍ଦାଫାସ କରିଛି ।

BjdElectrycity

ବ୍ରାଉନସୁଗର ଜବତ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଭିତରେ ଅଛନ୍ତି ଜଣେ ମହିଳା । ଜବତ ହୋଇଛି ଗୋଟିଏ କାର୍ ଓ ଦୁଇଟି ବାଇକ୍ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀର ଏହି ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତିଙ୍କର ଜଳେଶ୍ୱର ଲିଙ୍କ୍ ଥିବା ଜାଣିବାକୁ ପାଇଛି ପୋଲିସ ।

ଏମାନଙ୍କ ବାବଦରେ ଅଧିକ ଖୋଳତାଡ ଜାରି ରହିଛି । ଏମାନେ କେବେଠାରୁ ଏହି କାରବାରରେ ସାମିଲ ଅଛନ୍ତି ? କେଉଁଠୁ ଆଣୁଥିଲେ ବ୍ରାଉନସୁଗର ? ଏଠାରୁ କେଉଁଆଡ଼େ ଚାଲାଣ କରୁଥିଲେ ? ରାକେଟରେ ଆଉ କେଉଁମାନେ ସାମିଲ ଅଛନ୍ତି ? ରାଜ୍ୟ ବାହାର ଲିଙ୍କ୍ ଅଛି କି ? ଏସବୁ ଦିଗରେ ଅଧିକ ତଥ୍ୟ ଯୋଗାଡ଼ ସହ ଖୋଳତାଡ ଜାରି ରଖିଛି କମିଶନରେଟ ପୋଲିସ ।

Leave A Reply

Your email address will not be published.