Latest Odisha News

SI exam scam: ସିବିଆଇରେ ହାଜର ହେଲେ ଆଉ ୩ ପରୀକ୍ଷାର୍ଥୀ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ଅନିୟମିତତା ମାମଲାରେ ତଦନ୍ତ ଜାରି ରଖିଛି ସିବିଆଇ ଟିମ୍ । ସିବିଆଇରେ ଆଜି ଆଉ ତିନି ଜଣ ପରୀକ୍ଷାର୍ଥୀ ହାଜର ହୋଇଛନ୍ତି । ହାଜର ପାଇଁ ସମନ କରିଥିଲା ସିବିଆଇ । ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ କାଗଜପତ୍ର ସହ ଏହି ତିନି ଜଣ ପରୀକ୍ଷାର୍ଥୀ ହଜାର ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ସମନ ହୋଇଥିବା ବେଳେ ରବିବାର ସୁଦ୍ଧା ୧୦ ଜଣଙ୍କୁ ସିବିଆ ଜେରା କରିସାରିଛି । ଏହି ମାମଲାରେ ପରୋକ୍ଷ-ପ୍ରତ୍ୟକ୍ଷ ଭାବେ ଜଡିତ ଥିବା ବ୍ୟକ୍ତଙ୍କୁ ପୁଚରାଉଚରା କରାଯିବ ବୋଲି କୁହାଯାଇଛି । କିଭଳି ଡିଲ୍‌ ହୋଇଥିଲା ଓ କିଏ ସେମାନଙ୍କୁ ଯୋଗାଯୋଗ କରିଥିଲା, ଏମିତି କିଛି ନୂଆ ତଥ୍ୟ ପ୍ରମାଣ ହାତେଇବାକୁ ସିବିଆଇ ଜେରା କରୁଛି ।

ଶନିବାର ସକାଳୁ ଦୁଇ ଜଣଙ୍କୁ ଜେରା କରାଯିବା ପରେ ଛଡ଼ା ଯାଇଥିଲା । ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ୪ ଜଣ ପରୀକ୍ଷାର୍ଥୀ ପହଞ୍ଚିଥିଲେ । ଏହାପରେ ଆଉ ଜଣେ ପରୀକ୍ଷାର୍ଥୀ ପୁଣି ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହି ପରୀକ୍ଷାର୍ଥୀ ମାନେ ଗିରଫ ହୋଇଥିବା ବେଳେ ଜାମିନରେ ଆସିଥିଲେ ।

Comments are closed.