ଭୁବନେଶ୍ୱର: ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲା । ବିଜ୍ଞପ୍ତି ପ୍ରକାଶ ପରେ ମାମଲା ରୁଜୁ କରିଛି ସିବିଆଇ। ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ ଗଠନ ହେଲା। ଟିମରେ ଅଛନ୍ତି ୧୨ରୁ ଅଧିକ ସିବିଆଇ ଅଧିକାରୀ। ଜଣେ ଅତିରିକ୍ତ ଏସ୍ପିଙ୍କୁ ଦିଆଯାଇଛି ତଦନ୍ତ ଭାର। ଅତିରିକ୍ତ ଏସପିଙ୍କ ନେତୃତ୍ବରେ ଗଠନ ହେଲା ସ୍ବତନ୍ତ୍ର ଟିମ୍ । ୩ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଏଥିରେ ସାମିଲ ହେବେ । କ୍ରାଇମବ୍ରାଞ୍ଚକୁ ମାମଲାର ସବୁ ଦସ୍ତାବିଜ୍ ମାଗିଲା ସିବିଆଇ।
ଦସ୍ତାବିଜ୍ର ତାଲିକା ପ୍ରସ୍ତୁତ କରୁଛି କ୍ରାଇମ୍ବ୍ରାଞ୍ଚ୍। ଆଜି ସୁଦ୍ଧା ଦସ୍ତାବିଜ୍ର ତାଲିକା ସିବିଆଇକୁ ହସ୍ତାନ୍ତର କରିବ କ୍ରାଇମ୍ବ୍ରାଞ୍ଚ୍। ତାଲିକା ଅନୁଯାୟୀ ରେକର୍ଡ ପତ୍ର ହସ୍ତାନ୍ତର ହେବ। ଆଜି ଅପରାହ୍ଣରେ CBI କାର୍ଯ୍ୟାଳୟ ଯାଇପାରେ କ୍ରାଇମ୍ବ୍ରାଞ୍ଚ୍ ଟିମ। SI ସ୍କାମ୍କୁ ନେଇ ସିଵିଆଇ ପକ୍ଷରୁ ଏତଲା ଦାୟର ହୋଇଛି। ପୂର୍ବରୁ କ୍ରାଇମ୍ବ୍ରାଞ୍ଚ ଅଧିକାରୀ ତଦନ୍ତ କରୁଥିଲେ। ଘଟଣାର ମାଷ୍ଟରମାଇଣ୍ଡ, ଶଙ୍କର ପୃଷ୍ଟି କାର କେୟାରଟେକର ଓ ସୁରେଶ ନାୟକଙ୍କୁ ଜେରା କରୁଛି କ୍ରାଇମ୍ବ୍ରାଞ୍ଚ।
ସେପଟେ ଶଙ୍କର ପୃଷ୍ଟି, ସୁରେଶ ନାୟକ, ବିଶ୍ବରଞ୍ଜନ ବେହେରା, ଅରବିନ୍ଦ ଦାସ, ତଫିସ୍ ଅହମ୍ମଦଙ୍କ ସମେତ ୨ ଆଶାୟୀ ଶେଖର ସାହୁ, ପ୍ରକାଶ ସାହୁଙ୍କ ଜାମିନ୍ ଆବେଦନ ନେଇ ଆଜି ଶୁଣାଣି ହେବ । ବ୍ରହ୍ମପୁର ଜିଲ୍ଲା ଦୌରା ଜଜ୍ଙ୍କ କୋର୍ଟରେ ଜାମିନ୍ ନେଇ ଶୁାଣାଣି କରାଯିବ ।
Comments are closed.