Latest Odisha News

BREAKING NEWS

Police SI Job Scam: ଆଉ ଜଣଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ଆଉ ଜଣଙ୍କୁ ଗିରଫ କଲା ସିବିଆଇ । ଗୁଜୁରାଟ ବଡୋଦ୍ରାରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣଙ୍କ ପରିଚୟ ହେଉଛି ନିତୁ ଆରୋରା । ଗୁଜୁରାଟରୁ ଗିରଫ ପରେ ଟ୍ରାନଜିଟ ରିମାଣ୍ଡରେ ଆଣିଛି ସିବିଆଇ‌ ।

ନିତୁ ଆରୋରା ପୋଲିସ ଏସ ଆଇ ନିଯୁ୍କ୍ତି ପାଇଁ ନେଇଥିଲା ଦାୟିତ୍ବ । ଏସ ଆଇ ସହିତ ଆଉ ଦୁଇଟି ନିଯୁକ୍ତି ର ଦାୟିତ୍ବ ନେଇଥିବା ମଧ୍ୟ ସିବିଆଇ ହାତରେ ଲାଗିଛି ତଥ୍ୟ ।

ଗତ ଦୁଇ ଦିନ ଧରି ବିହାରର ଗିରଫ ଅଭିଯୁକ୍ତ ନିତିଶ କୁମାର ଓ ଓଡ଼ିଶାର ଗିରଫ ଚାରି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ବେଳେ ସିବିଆଇ ନିତୁ ବିଷୟରେ ତଥ୍ୟ ପାଇଥିଲା । ଏବେ ନିତିଶ କୁମାର ସହ ଅନ୍ୟ ଚାରି ଜଣଙ୍କ ରିମାଣ୍ଡ ଶେଷ ପରେ କୋର୍ଟରେ ହାଜର କରାଯାଇଥିବାବେଳେ, ପରବର୍ତ୍ତି ପର୍ଯ୍ୟାୟରେ ନିତୁକୁ ପଚରାଉଚରା ପରେ ସାମ୍ନାକୁ ଆସିବ ଆଉ କିଛି ନୂଆ ତଥ୍ୟ ବୋଲି ସିବିଆଇ ଆଶଙ୍କା କରିଛି ।

Leave A Reply

Your email address will not be published.