ଭୁବନେଶ୍ୱର: ଓଡ଼ିଶା ପୋଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲା । ୧୬ଜଣଙ୍କ ନାଁରେ ଆଜି ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) । ଏଥିରେ କିଙ୍ଗପିନ୍ ଶଙ୍କର ପୃଷ୍ଟି, ରିଙ୍କୁ ମହାରଣା, ସୌମ୍ୟା ପ୍ରିୟଦର୍ଶିନୀ, ସୁରେଶ ନାୟକ ଓ ମୁନ୍ନା ମହାନ୍ତିଙ୍କ ନାମ ରହିଥିବା ଜଣାଯାଇଛି ।
ଏହି ସଂଖ୍ୟା ଆଗକୁ ବଢ଼ିପାରେ ବୋଲି କୁହାଯାଇଛି । ୧୬ ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ସିବିଆଇ ପକ୍ଷରୁ ୭ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିଲା । ଏହା ପୂର୍ବରୁ ଆହୁରି କେତେକ ପରୀକ୍ଷାରେ ବି ଏମାନଙ୍କ ସଂପୃକ୍ତି ଥିଲା ବୋଲି ସିବିଆଇ ସ୍ପଷ୍ଟ କରିଛି । ସେନେଇ ତଦନ୍ତ ଚାଲିଛି ।
ଆହୁରି ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ନେଇ ସିବିଆଇ ଚାର୍ଜସିଟରେ ଦର୍ଶାଇଛି । ତ୍ୱରିତ ଦିଗରେ କିଭଳି ତଦନ୍ତ କରାଯିବ ତାହା ଉପରେ କାର୍ଯ୍ୟ କରାଯାଉଛି ।
ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ୪ ଅଭିଯୁକ୍ତ ଜାମିନ ଆବେଦନ କରିଥିଲେ । କିଙ୍ଗପିନ୍ ଶଙ୍କର ପୃଷ୍ଟି, ସୁରେଶ ନାୟକ, ଅରବିନ୍ଦ ଦାସ ଓ ସାଗର ଗୌଡ଼ଙ୍କ ଜାମିନ ଆଜି ଶୁଣାଣି ଥିଲା ।