Latest Odisha News

ଭୁୁବନେଶ୍ୱରରୁ ବାହାରିଲେ ଆଉ ୨୧ ପଜିଟିଭ, ୪୯ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୨୧ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬ ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୫ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିପରି ୪୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ ଜରିଆରେ ସୂଚନା ଦିଆଯାଇଛି ।

ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରେ ସତ୍ୟନଗରର ଜଣେ ୪୮ବର୍ଷୀୟ ମହିଳା, କୋଳଥିଆରୁ ୮୧ବର୍ଷୀୟ ବୃଦ୍ଧ, ଏକ ଘରୋଇ ହସ୍ପିଟାଲରୁ ୪୮ବର୍ଷୀୟ ପୁରୁଷ, ଅନ୍ୟ ଦୁଇ ଜଣ ଚନ୍ଦକାର ୪୦ ବର୍ଷୀୟ ପୁରୁଷ ଓ ୩୫ବର୍ଷୀୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୫୨ରେ ପହଞ୍ଚିଥିବା ବେଳେ ୬୨୫ଜଣ ସୁସ୍ଥ ହୋଇସାରିଛନ୍ତି । ସେହିପରି ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୧୪ଟି ଆକ୍ଟିଭ୍‌ କେସ୍‌ ରହିଛି ।

Leave A Reply

Your email address will not be published.