ଭୁବନେଶ୍ୱର: ରାଜ୍ୟର ରାଜଧାନୀକୁ ରାଜ୍ୟବାସୀ ଙ୍କ ଭରଷା। ଉତ୍ତମ ଶିକ୍ଷା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଧାଁଇ ଆସନ୍ତି ଲୋକେ ଭୁବନେଶ୍ୱର। ଆଉ ଏହି କ୍ରମରେ ନବରଙ୍ଗପୁର ଏକ ପରିବାର ଚିକିତ୍ସା ପାଇ ଆସିଥିଲେ ଭୁବନେଶ୍ୱର। ରହୁଥିଲେ ନୟାପଲ୍ଲୀ ବିଜୁ ପଟ୍ଟନାୟକ ଛକ ଆଇଡିବିଆଇ ବ୍ୟାଙ୍କ ପାଖରେ ଥିବା ଏକ ହୋଟେଲରେ। ହେଲେ ମଙ୍ଗଳବାର ରାତିରେ ଯାହା ତାଙ୍କ ସହ ଘଟିଲା ହୁଏତ ସେମାନେ କେବେ ଭାବି ନଥିବେ। କାରଣ ଆଲୁଅରେ ଚିକମିକ କରୁଥିବା ସହରରେ ତାଙ୍କ ସହ ଘଟିଲା ଭୟାନକ ଘଟଣା।
ଖାଇସାରି ରାତି ପ୍ରାୟ ୧୦ଟା ବେଳକୁ ଫେରୁଥିଲେ ରହୁଥିବା ହୋଟେଲକୁ। ହେଲେ ବାଇକରେ ହଠାତ ଆସିଲେ ଦୁଇଜଣ। କିଛି କହିବା ଭାବିବା ଆଗରୁ ଦୁଇ ଛୁଆଙ୍କୁ ଧରି ପକାଇଲେ। ପରେ ଜଣଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକାଇବା ସହ ସୁନା ଚେନ୍ ପିନ୍ଧିଥିବା ସ୍ୱାମୀ ଓ ସ୍ତ୍ରୀଙ୍କୁ ଗୁଳି କରି ଦେବାର ଧମକ ଦେଲେ। ଆଉ ପତ୍ନୀଙ୍କ ବେକରୁ ସୁନା ଚେନ ଛିଣ୍ଡାଇବାକୁ ଯାଇ ପରେ ୧୫ମିଟର ଘୋଷାଡି ନେଲେ।
ଖଣ୍ଡିଆ ଖାବରା ହୋଇଥିବା ପତ୍ନୀ ଜଣଙ୍କ କାନ୍ଦୁଥିବା ଅବସ୍ଥାରେ ଦୁଇ ଛୁଆଙ୍କୁ ଧରି ଅସହାୟ ହୋଇପଡିଥିଲେ ସ୍ୱାମୀ। କାରଣ ଜାଣି ନଥିଲେ ଏଭଳି ଦୁର୍ବୁତ୍ତ ଆସି ତାଙ୍କ ସହ ଏପରି କରିବ। ଏନେଇ ପୋଲିସକୁ ଖବର ଦେଲେ। ଘଟଣା ସ୍ଥଳରେ ପହଚିଲା ପୋଲିସ। ସିସିଟିଭି ସହ ସମସ୍ତ ଦିଗକୁ ଛାନଭିନ କଲା। ହେଲେ କିଛି ପାଇଲାନି ପୋଲିସ। କାରଣ ଇଛା ନଥିବା ଭଳି ଯେପରି ଏପରି ଘଟଣାକୁ ଦେହସୁହା କରିନେଇଛନ୍ତି ପୋଲିସ ବାବୁ । ସେହିପରି ଅଭିଯୋଗକାରିଣୀକୁ ସାନ୍ତ୍ୱନା ଦେଇ ଛାଡିଦେଲେ।
ଏପରିକି ଓଲଟି ପୋଲିସ ଘଟଣା ସମ୍ପର୍କରେ ବୁଝିବ କଣ ଏ ନେଇ କାହାରିକୁ ଏ ସମ୍ପର୍କରେ ନକହିବାକୁ ତାଗିଦ କରି ଚାଲିଗଲେ। ତେବେ ନବରଙ୍ଗପୁର ଆସିଥିବା ପଙ୍କଜ ଅଗ୍ରୱାଲ ଓ ତାଙ୍କ ପତ୍ନୀଙ୍କ ସହ ଦୁଇ ଛୁଆଙ୍କ ସହ ଘଟିଥିବା ଏହି ଛାତିଥରା ଘଟଣା ଏଯାଏ ଭୁଲି ପାରୁନାହାନ୍ତି।ତେବେ ନେଇ ଉପସ୍ଥିତ ଥିବା ପୋଲିସକୁ ଘଟଣା ସମ୍ପର୍କରେ ମୁହ ଖୋଲି ନଥିଲେ।କାଳେ ପୋଲିସର ଅପରାଗତା ପଦାରେ ପଡିଯିବ ସେ ନେଇ ମୁହଁ ଲୁଚାଇ ପୋଲିସ ସେଠାରୁ ପଳାଇଥିଲେ।
ପୋଲିସର ଭୟରେ ସେଠାରେ ଥିବା ପ୍ରତ୍ୟକ୍ଷ ଦର୍ଶୀବି କେହି ମୁହଁ ଖୋଲିଲେ ନାହିଁ। ହେଲେ ଜଣେ ସିକ୍ୟୁରିଟି ଗାର୍ଡ ନିଜ ନାମ ଗୋପନ ରଖି କହିଲେ ଏଘଟଣାକୁ କାହାରିକୁ ନକହିବାକୁ । କାରଣ ପୋଲିସ ଧମକ ଦେଇ ଯାଇଛନ୍ତି।
Comments are closed.