Latest Odisha News

BREAKING NEWS

ବଞ୍ଚାଇବାକୁ ଯାଇ ମାଡ଼ ଖାଇଲେ ପୋଲିସ, ୨ ଆହତ

ଯାଜପୁର: ରକ୍ଷା କରିବାକୁ ଯାଇଥିଲେ ହେଲେ ନିଜେ ଆକ୍ରମଣର ଶିକାର ହେଲେ ରକ୍ଷକ। ଏମିତି କିଛି ଅଭାବନୀୟ ଘଟଣା ଘଟିଛି ଯାଜପୁରରେ।

ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବାପା ପୁଅଙ୍କ ଝଗଡ଼ା ତୁଟାଇବାକୁ ଯାଇ ପୋଲିସ ଆହତ ହୋଇଛନ୍ତି। ଉକ୍ତ ଗାଁର ଜଣେ ବ୍ୟକ୍ତି ପାରିବାରିକ କଳହକୁ ନେଇ ୧୧୨କୁ କଲ୍‌ କରିଥିଲେ। ପୋଲିସ ତାଙ୍କୁ ରକ୍ଷା କରିବାକୁ ଗଲା ବେଳେ ବିଞ୍ଝାରପୁର ଥାନା ହନୁମାନ ଛକ ନିକଟରେ ପୋଲିସକୁ ଆକ୍ରମଣ କରିଥିଲେ ଉକ୍ତ ବ୍ୟକ୍ତିଙ୍କ ପୁଅ। ଫଳରେ ୨ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ହେଲେ ଅଭିଯୁକ୍ତ ଜଣକ ମାଡ଼ ମାରି ଫେରାର୍ ହୋଇଯାଇଛି

Comments are closed.