Latest Odisha News

BREAKING NEWS

ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଘର ସମେତ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ରାଉରକେଲା: ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଘର ସମେତ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ । ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘର ସମେତ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛନ୍ତି ।

ଭିଜିଲାନ୍ସର ପାଞ୍ଚଟି ଟିମ ପୃଥକ ପୃଥକ ଭାବେ ରାଉରକେଲାର ଛେଣ୍ଡ କଳିଙ୍ଗ ବିହାରସ୍ଥିତ ଏମଆଇଜି–୨୭ ଓ ଏମଆଇଜି–୨୬୪ ଦୁଇଟି ଘର, ଯାଜପୁରର ପୈତୃକ ଘର, ଭୁବନେଶ୍ୱର ଗୋଠପାଟଣାସ୍ଥିତ ଆପାର୍ଟମେଣ୍ଟ ଓ ରାଉରକେଲା ଅଫିସରେ ଏକକାଳୀନ ଚଢ଼ାଉ କରୁଛନ୍ତି ।

ମନୋରଞ୍ଜନ ପୂର୍ବରୁ ରାଉରକେଲା ସରକାରୀ ଡାକ୍ତରଖାନାରେ ବରିଷ୍ଠ କିରାଣୀ ଥିଲେ । କିଛି ମାସ ପୂର୍ବରୁ ପଦୋନ୍ନତି ପାଇ ରାଉରକେଲା ତହସିଲ ଅଫିସରେ ଅତିରିକ୍ତ ତହସିଲଦାର ଭାବେ ନିଯୁକ୍ତି ପାଇଥିଲେ । ସେ ଏବେ ରାଉରକେଲା ଏଡିଏମ ଅଫିସରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି ।

Comments are closed, but trackbacks and pingbacks are open.