Latest Odisha News

BREAKING NEWS

କନ୍ଧମାଳରେ ପୁଣି ମାଓ ଆତଙ୍କ: ପଞ୍ଚାୟତ ନିର୍ବାଚନ ବର୍ଜନ ଲାଗି ଚେତାବନୀ

ଫୁଲବାଣୀ: କନ୍ଧମାଳରେ ପୁଣି ମାଓ ଆତଙ୍କ ।  କନ୍ଧମାଳ ଜିଲ୍ଲାରେ ପୁଣି ମାଓବାଦୀ ସକ୍ରିୟ ହୋଇଥିବାର ଖବର ମିଳିଛି ।  କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆର କିଆମୁଣ୍ଡାରେ ଲଙ୍କାକାଣ୍ଡ ଘଟାଇଛନ୍ତି ମାଓବାଦୀ । ଏଠାରେ ରାସ୍ତା ନିର୍ମାଣ କାର୍ଯ୍ୟରେ ଲାଗିଥିବା ଜେସିବି, ଟ୍ରାକ୍ଟରକୁ ମାଓବାଦୀମାନେ ପୋଡ଼ି ଦେଇଛନ୍ତି ।

ଘଟଣାସ୍ଥଳରେ ମାଓବାଦୀମାନେ ପୋଷ୍ଟର ମାରିଥିବା ଜଣାଯାଇଛି। ଏହି ପୋଷ୍ଟରରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ଲାଗି ଚେତାବନୀ ଦିଆଯାଇଛି। ଏହାଛଡ଼ା ପୁଲିସ ଓ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ ହୋଇଛି ସିପିଆଇ ମାଓବାଦୀ ପାର୍ଟି ପକ୍ଷରୁ ଲେଖାଯାଇଥିବା ପୋଷ୍ଟରରେ।

Comments are closed, but trackbacks and pingbacks are open.