Latest Odisha News

BREAKING NEWS

ବିଜେଡି ନେତାଙ୍କ ଘରେ ସିବିଆଇ ରେଡ୍‌, ଆରମ୍ଭ ହେଲା ରାଜନୀତି

ଭୁବନେଶ୍ୱର: ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍ ପ୍ରସଙ୍ଗରେ ଏବେ ରାଜନୀତି ଜୋର୍ ଧରିଛି । ସବୁ ରାଜନୈତି ଦଳଙ୍କ ମଧ୍ୟରେ ଆରମ୍ଭ ହୋଇଛି ତୁ ତୁ ମେଁ ମେଁ । କିଏ କାହାକୁ ଆଙ୍ଗୁଠି ଉଠାଉଛି ତ ଆଉ କିଏ କାହା ଉପରେ ଦୋଷ ଲଦୁଛି । ଏହି ପ୍ରସଙ୍ଗରେ ଆଜି କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି, ସିବିଆଇ ବିଜେପିର କଣ୍ଢେଇ ସାଜିଛି । ସାତ ବର୍ଷହେଲା କୁଆଡେ ଯାଇଥିଲ, କେଉଁଠି ଶୋଇଥିଲ ସେ ସିବିଆଇକୁ ପ୍ରଶ୍ନ କରିଛନ୍ତି। କେବଳ ନିର୍ବାଚନ ବେଳେ ବିଜେପି ବିଜେଡି ଅଲଗା ବୋଲି ଏମାନେ ଦେଖେଇ ହୁଅନ୍ତି, ବାସ୍ତବରେ ଏମାନେ ଗୋଟିଏ । ସି ସୋରର ଅନେକ ଜିନିଷ ବିକ୍ରି ହେଲା, ରାଜ୍ୟ ସରକାର କେତେ ଟଙ୍କା ଜମାକାରୀଙ୍କୁ ଫେରାଇଛନ୍ତି । ରାଜ୍ୟ ସରକାରଙ୍କ ଉପରେ ତଦନ୍ତ ହେବା ଦରକାର ।

ବର୍ତ୍ତମାନ କେବଳ ଚିଟ୍ ଫଣ୍ଡ ଉପରେ ରାଜନୀତି ହେଉଛି । କିନ୍ତୁ କିଛି ଫାଇଦା ନାହିଁ । ଇନକ୍ଵାରି ପରେ ଇନକ୍ଵାରି, ରେଡ୍ ପରେ ରେଡ୍ । କେବଳ ଲୋକ ଦେଖାଣିଆ । ନେତା ଅଦଳବଦଳ କରି ବିଜେପି ବିଜେଡି ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି । କଂଗ୍ରେସ ଶାସନରେ ଏପରି ବ୍ୟବସ୍ଥା ନଥିଲା ବୋଲି ସେ କହିଛନ୍ତ ।

ସେପଟେ ବିଜେଡି କିହଛି, ସବୁ ପରିସ୍ଥିତିକୁ ଆମେ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ । ନିର୍ବାଚନ ଆସିଲେ ବିରୋଧୀ ଏମିତି ଡ୍ରାମା କରନ୍ତି । କିନ୍ତୁ ଏହାର କିଛି ପ୍ରଭାବ ପଡିବ ନାହିଁ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯିଏ ଦୋଷୀ ସିଏ ଦଣ୍ଡ ପାଇବ । ଆଇନ ତା ବାଟରେ ଯିବ। ପୂର୍ବରୁ ଅନେକ ଲୋକଙ୍କ ଘରକୁ ସିବିଆଇ ଯାଇଛି ବୋଲି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ କହିଛନ୍ତି ।

Comments are closed.