Latest Odisha News

BREAKING NEWS

ଜମ୍ମୁ-କାଶ୍ମୀର ପାଇଁ ୧୩୫୦ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା

ଜମ୍ମୁକାଶ୍ମୀର: କରୋନା ମହାମାରୀ ଯୋଗୁଁ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଜମ୍ମୁ-କାଶ୍ମୀର ପାଇଁ ଘୋଷଣା ହେଲା ଆର୍ଥିକ ପ୍ୟାକେଜ । ଜମ୍ମୁ- କାଶ୍ମୀରର ବିକାଶ ପାଇଁ ଉପରାଜ୍ୟପାଳ ମନୋଜ ସିହ୍ନା ୧୩ ଶହ ୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ।

ଏହା ବ୍ୟବସାୟୀଙ୍କୁ ସୁବିଧା ଦେବା ପାଇଁ ତାଙ୍କ ଦ୍ବାରା କରାଯାଇଥିବା ଆତ୍ମନିର୍ଭର ଭାରତ ଓ ଅନ୍ୟ ସୁବିଧା ଲାଭର ଅତିରିକ୍ତ ସୁବିଧା । ଏହା ବ୍ୟତୀତ ରାଜ୍ୟପାଳ ବିଜୁଳି ଓ ପାଣି ବିଲ ଉପରେ ମଧ୍ୟ ବଡ଼ ଘୋଷଣା କରିଛନ୍ତି। ବର୍ଷେ ପର୍ଯ୍ୟନ୍ତ ଏହା ଉପରେ ୫୦ ପ୍ରତିଶତ ରିହାତି ଘୋଷଣା କରାଯାଇଛି।

ଏହି ପ୍ୟାକେଜ ଆତ୍ମନିର୍ଭର ଭାରତ ଓ ଜମ୍ମୁ କାଶ୍ମୀର ପ୍ରଶାସନ ଦ୍ୱାରା ସମ୍ଭବ ହୋଇଛି ।  ସେ ଆହୁରି କହିଛନ୍ତି କି ଏହି ପ୍ୟାକେଜ ଚଳିତ ଆର୍ଥିକ ବର୍ଷରେ ବ୍ୟବସାୟ ସମୁଦାୟରେ ଯୋଡି ହୋଇଥିବା ଲୋକଙ୍କ ଋଣରୁ ବିନା କୌଣସି ସର୍ତ୍ତରେ ୫ ପ୍ରତିଶତ ଛାଡ କରାଯିବ । ଏହି ସୁବିଧା ୬ ମାସ ପାଇଁ ଲାଗୁ କରାଯିବ । ଏହାଦ୍ୱାରା ବେପାରୀ ଓ ରୋଜଗାର ଖୋଜୁଥିବା ଲୋକଙ୍କ ପାଇଁ ଏକ ସହାୟତା ହେବ ।

ଏହାସହ ଋଣନେଇଥିବା ଲୋକଙ୍କ ମାମଲାରେ ମାର୍ଚ୍ଚ ୨୦୨୧ ଯାଏ ଷ୍ଟାମ୍ପଡ୍ୟୁଟି ବି ଛାଡ କରାଯିବ । ପର୍ଯ୍ୟଟନ କ୍ଷେତ୍ରରେ ବେପାର କରୁଥିବା ଲୋକଙ୍କ ପାଇଁ ଜମ୍ମୁ- କାଶ୍ମୀର ବ୍ୟାଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନ ସ୍କିମ ସ୍ଥାପନା କରାଯିବ । ଜମ୍ମୁ- କାଶ୍ମୀର ର ଉପରାଜ୍ୟପାଳ କହିଛନ୍ତି କି କ୍ରେଡିଟ୍ କାର୍ଡ ସ୍କିମ ମାଧ୍ୟମରେ ହସ୍ତଶିଳ୍ପ ଉଦ୍ୟେଗରେ କାମ କରୁଥିବା ଲୋକମାନଙ୍କ ପାଇଁ ଅଧିକତମ ସୀମା ୧ ଲକ୍ଷ ଟଙ୍କାରୁ ୨ ଳକ୍ଷ ଟଙ୍କା ଯାଏ ବଢାଯିବାକୁ ନିସ୍ପତ୍ତି ହୋଇଛି । ସେମାନଙ୍କୁ ୭ ପ୍ରତିଶତ ସୁଧ ଛାଡ କରାଯିବ । ଅନ୍ୟପଟେ ଅକ୍ଟୋବର ମାସରୁ ଜମ୍ମୁ ଏଣ୍ଡ କାଶ୍ମୀର ବ୍ୟାଙ୍କ ଦ୍ୱାରା ମହିଳା ଓ ଯୁବ ଉଦ୍ୟୋଗୀ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଡେସ୍କ ଆରମ୍ଭ ହେବ ।

Leave A Reply

Your email address will not be published.