Latest Odisha News

ମନ୍ଦିର ନାଁରେ ରାଜନୀତି: ଏଠି ହାରିଲା ବିଜେଡି, ସେଠି ବିଜେପି!

ଭୁବନେଶ୍ୱର: ମନ୍ଦିର ନାଁରେ ରାଜନୀତି ଚାଲିବ ନାହିଁ। ଚଳିତ ନିର୍ବାଚନ ଫଳାଫଳ ପରେ ଦୁଇ ଦଳକୁ ମିଳିଲା ବଡ଼ ଶିକ୍ଷା। ଓଡ଼ିଶାରେ ବିଜେଡି ଏବଂ ୟୁପିରେ ବିଜେପିକୁ ମିଳିଲା ବଡ଼ ଶିକ୍ଷା। କାରଣ ଉଭୟ ଦଳ ପରାଜୟ ବରଣ କରିଛନ୍ତି ଦୁଇ ରାଜ୍ୟରେ । ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେଡି ଧରାଶୟୀ ହୋଇଥିବା ବେଳେ ୟୁପିରେ ଯୋଗୀରାଜ ବେଳେ ବିଜେପି ବିରୋଧୀଙ୍କଠୁ ଲୋକସଭା ଆସନ କମ୍ ଜିତିଛି।

ବିଜେପି ୟୁପି ଅଯୋଧ୍ଯାରେ ରାମ ମନ୍ଦିର ତିଆରି କରି ଗୋଟିଏ ବଡ଼ ଭୋଟ୍ ବ୍ୟାଙ୍କ ହାତେଇବ ବୋଲି ଆଶା ରଖିଥିଲା। କିନ୍ତୁ ଅଯୋଧ୍ୟାରେ ବିଜେପି ପ୍ରାର୍ଥୀଙ୍କର ଶୋଚନୀୟ ପରାଜୟ ହୋଇଛି। ଆଉ ବିରୋଧୀ ଆସନରେ ବସିଥିବା ସମାଜବାଦୀ ପାର୍ଟିର ବିଜୟୀ ହୋଇଛି। ସମାଜବାଦୀ ପାର୍ଟିର ଅବଧେଶ ପ୍ରସାଦ ବିଜେପି ପ୍ରାର୍ଥୀ ଲଲ୍ଲୁ ସିଂହଙ୍କୁ ୧୦୦୦ରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।

ସପା ପ୍ରାର୍ଥୀ ଅବଧେଶ ପ୍ରସାଦ ବିଜେପି ପ୍ରାର୍ଥୀ ଲଲ୍ଲୁ ସିଂହଙ୍କୁ ୫୪,୫୬୭ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଫୈଜାବାଦରେ ସପା ପ୍ରାର୍ଥୀ ଅବଧେଶ ପ୍ରସାଦଙ୍କୁ ୫୫୪୨୮୯ ଭୋଟ ମିଳିଥିବା ବେଳେ ବିଜେପିପ୍ରାର୍ଥୀ ଲଲ୍ଲୁ ସିଂହଙ୍କୁ ୪୯୯୭୨୨ ଭୋଟ୍ ମିଳିଛି। ବିଏସପି ପ୍ରାର୍ଥୀ ସଚ୍ଚିଦାନନ୍ଦ ଙ୍କୁ ୪୬୪୦୭ ଖଣ୍ଡ ଭୋଟ୍ ମିଳିଛି ।

ଆଉ କେନ୍ଦ୍ରର ଯୋଜନାକୁ ଓଡ଼ିଶାରେ କପି କରି ଭୋଟ୍ ବ୍ୟାଙ୍କ ଯୋଡ଼ିବାକୁ ଲକ୍ଷ୍ୟ ରଖିଥିବା ବିଜେଡି ମଧ୍ୟ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କରିଥିଲା। ସେଠି ୟୁପିରେ ବିଜେପି ସରକାର ବହୁ ଆଡମ୍ବରରେ ରାମ ମନ୍ଦିର ପ୍ରତିଷ୍ଠା କରୁଥିବା ବେଳେ ଏଠି ବିଜେଡି ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉତ୍ସବ କରିଥିଲେ। ଏପରି କରି ବିଜେଡି ବିଜେପିର ହିନ୍ଦୁ ଭୋଟରକୁ ନିଜ ଆଡକୁ ଟାଣିବାକୁ ଚେଷ୍ଟା କରିଥିଲା। କିନ୍ତୁ ଫଳ ଓଲଟା ହୋଇଛି।

ଏଠାରେ ପୁରୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ଆଇପିଏସ ଅରୂପ କୁମାରଙ୍କର ଶୋଚନୀୟ ପରାଜୟ ହୋଇଛି। ଏହାବାଦ ଜିଲ୍ଲାରେ ପୁରୀ ସଦରକୁ ଛାଡିଦେଲେ ଏହି ଲୋକସଭା ଆସନ ଅଧୀନରେ ବିଜେପି ବାଜିମାତ କରିଛି। ଖାଲି ଏତିକି ନୁହେଁ ଓଡିଶାରେ ପ୍ରଥମ ଥର ପାଇଁ ବିଜେଡି ବିପର୍ଯ୍ୟୟ ସାମ୍ନା କରିଛି। ଆଉ ୨୪ ବର୍ଷ ୯୦ ଦିନ ସରକାର କ୍ଷମତାଚ୍ୟୁତ ହୋଇଛି।

ଏହାକୁ ନେଇ ପୂର୍ବତନ ସାଂସଦ ତଥା ଦୈନିକ ଖବରକାଗଜ ଧରିତ୍ରୀର ସମ୍ପାଦକ ତଥାଗତ ଶତପଥୀ କହିଛନ୍ତି, ମୁଁ ମୁଖ୍ୟତଃ ଭାବୁଛି ଯେ ଯିଏ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ପର୍ଶ କରିଛି, ତାଙ୍କୁ ଦୁଃଖ ଭୋଗିବାକୁ ପଡ଼ିଛି। ପୁରୀ ଶ୍ରୀମନ୍ଦିର ଯେପରି ଅଶାନ୍ତ ହୋଇ ପରିକ୍ରମା ପ୍ରକଳ୍ପ ହାତକୁ ନିଆଯାଇଥିଲା, ସେଥିପାଇଁ ବିଜେଡିଠୁ ଆଶୀର୍ବାଦ ପ୍ରତ୍ୟାହାର କରିଛନ୍ତି ମହାପ୍ରଭୁ।

ବିଜେଡି କାହାର ବ୍ୟକ୍ତିଗତ ଦଳ ନୁହେଁ। ଓଡ଼ିଆ ଜନତାଙ୍କ ଆକାଂକ୍ଷା ଓ ଆଶା ହିଁ ଏହି ଦଳ ଉପରେ ଆଶୀର୍ବାଦ ଦେଇଥିଲା। ରାଜ୍ୟ ପ୍ରତି ଅଧିକ ସକାରାତ୍ମକ ହୋଇ ଦଳର ନେତାମାନେ ଏହାକୁ ଆହୁରି ଉପଯୋଗ କରିପାରିଥାନ୍ତେ। କିନ୍ତୁ ଏହା ନକରିବାର ପରିଣାମ ଏବେ ଭୋଗିବାକୁ ପଡ଼ିଛି।

Leave A Reply

Your email address will not be published.