Latest Odisha News

BREAKING NEWS

ମହାଙ୍ଗାରେ ବିଜେପି ନେତାଙ୍କ ହତ୍ୟାକାଣ୍ଡକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର: ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀଙ୍କୁ ନିର୍ମମ ହତ୍ୟାକାଣ୍ଡକୁ ଦୁଇ ଦିନ ବିତିଲାଣି । ତଥାପି ପୋଲିସ ହାତ ଖାଲି । ଏହାକୁ ନେଇ ତେଜିଛି ରାଜନୀତି । ବିଜେପି ୪୮ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କ ଗିରଫ ଦାବି କରିଛି । ନଚେତ ରାଜ୍ୟର ପ୍ରତି ଗଳିକନ୍ଦିରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ଦଳ । ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କୌଣସି ଉତ୍ସବ ଓ ଜନସମାଗମରେ ଉପସ୍ଥିତ ରହିବା ପାଇଁ ବିଜେପି ଦେବନାହିଁ ବୋଲି ଟ୍ୱିଟ୍ କରି କହିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ସେପଟେ ହତ୍ୟାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମାହାଙ୍ଗା ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି, ବିରୋଧୀ ଏହି ଘଟଣାକୁ ରାଜନୈତିକ ରୂପ ଦେବାକୁ ଚାହୁଁଛନ୍ତି । ଦୋଷୀ ଗିରଫ ହେଉ ଓ ଦଣ୍ଡ ପାଉ ବୋଲି ସମସ୍ତେ ଲକ୍ଷ୍ୟ ରଖିବା ଉଚିତ୍ । କିନ୍ତୁ ବିରୋଧୀ ରାଜନୈତିକ ଦଳ ଏହା ଚାହୁଁଛନ୍ତି କି ନାହିଁ ତାହା ବଡ଼ ପ୍ରଶ୍ନବାଚୀ ବୋଲି ପ୍ରତାପ ଜେନା କହିଛନ୍ତି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ୫ଟି ଟିମ୍ ଖୋଳତାଡ ଜାରି ରଖିଛନ୍ତି ।

Leave A Reply

Your email address will not be published.