Latest Odisha News

BREAKING NEWS

କେନ୍ଦ୍ର ସରକାର ଟିକା ଦେବା କ୍ଷଣି ଓଡ଼ିଶାରେ ଟିକାକରଣ: ଡିଏମଇଟି

ଭୁବନେଶ୍ୱର: ଦେଶରେ ଦୁଇଟି ଟିକାର ଜରୁରୀ ବ୍ୟବହାର ପାଇଁ ଭାରତୀୟ ଔଷଧ ନିୟାମକ ବା DCGI ଅନୁମତି ପ୍ରଦାନ କରିଛି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଡି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାର ଆମକୁ ଟିକା ଦେବା ପରେ ତତକ୍ଷଣାତ୍ ରାଜ୍ୟରେ ଟିକାକରଣ କରାଯିବ ।

ପ୍ରାଥମିକ ସ୍ତରରେ ପ୍ରସ୍ତୁତ ହୋଇଥିବା ଡାଟାବେସ୍ ଅନୁସାରେ, ସ୍ୱାସ୍ଥ୍ୟକର୍ମୀଙ୍କୁ ଦେବା ପାଇଁ କେନ୍ଦ୍ର ପାଖରେ ଦାବି କରିଛନ୍ତି ସରକାର । ପରେ ଫ୍ରଣ୍ଟ ଲାଇନ୍ କରୋନା ଯୋଦ୍ଧା ଓ ବୟସ୍କ ବ୍ୟକ୍ତିଙ୍କ ଡାଟାବେସ୍ ପ୍ରସ୍ତୁତ ହେବ ।

ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ ଟିକାକୁ ଜରୁରୀ ବ୍ୟବହାର ଅନୁମତି ମିଳିଛି । ଗତ ବର୍ଷ ଜୁଲାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଆଦାର ପୁନଓ୍ୱାଲାଙ୍କ ସହ କଥା ହୋଇ ଟିକା ଆସିଲେ ଓଡ଼ିଶାକୁ ପ୍ରାଥମିକତା ଦେବା ପାଇଁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ । ସେରମ୍ ପାଖରେ 5 କୋଟି ଟିକା ଥିବାରୁ ଦିନେ ଦୁଇ ଦିନ ଭିତରେ ବିତରଣ ଆରମ୍ଭ କରିପାରେ ।

Leave A Reply

Your email address will not be published.