Latest Odisha News

BREAKING NEWS

ଜଗଦ୍ଦେବଙ୍କୁ ନେଇ ଜୋରଦାର ରାଜନୀତି, ଏସପି କହିଲେ ହେବ ସିସିଟିଭି ଚେକିଂ

ଭୁବନେଶ୍ୱର: ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ଘଟଣାରେ ଏବେ ଜେଲ ଯାଇଛନ୍ତି। ଏହାକୁ ନେଇ ବିଜେପି ଆକ୍ରମଣାତ୍ମକ ହୋଇଛି। ପୋଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ଷଡଯନ୍ତ୍ର ବୋଲି ଦର୍ଶାଇ ସୋମବାର ବିଜେପି ବିରୋଧ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଚିଲିକା ବିଧାୟକଙ୍କ ବିରୋଧରେ ଆସିଥିବା ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ କାଉଁରିପାଟଣା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

କିଛି ଭୋଟରଙ୍କ କହିବାନୁସାରେ, ବୁଥରେ ପ୍ରିଜାଇଡିଂ ଅଫିସର ଅନେକ ଭୋଟରଙ୍କ ସହ ଖରାପ ବ୍ୟବହାର କରିଛନ୍ତି। ଯାହା ବିଧାୟକଙ୍କ ସହ ମଧ୍ୟ ହୋଇଛି। ଜଗଦ୍ଦେବଙ୍କ ଗିରଫଦାରୀକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ଶାସକ ଦଳର ଷଡ଼ଯନ୍ତ୍ର ବୋଲି କହିବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ଏସପି ଅବିନାଶ କୁମାର କହିଛନ୍ତି, ପ୍ରିଜାଇଡିଂ ଅଫିସରଙ୍କ ଏଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଛି। ନିର୍ବାଚନ ପ୍ରକ୍ରିୟା ଶେଷ ହେଲା ପରେ ସିସିଟିଭି ଫୁଟେଜ ଚେକିଂ ହେବ। ଏହି ସମୟରେ ଇଭିଏମ ଭାଙ୍ଗିବା ନେଇ ଯେଉଁ ସବୁ ବ୍ୟକ୍ତିଙ୍କର ଅଭିଯୋଗ ଥିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବିଜେଡି ଏହାକୁ ନେଇ ଏକ ପ୍ରେସମିଟ୍ କରି କହିଛି, ବିଜେପି ଅପରାଧୀଙ୍କୁ କେବଳ ଟିକେଟ୍ ଦେଇଛି। ପ୍ରଶାନ୍ତ ଜଗଦ୍ଦେବ ଜଣେ ଗୁଣ୍ଡା। ଏହାର ଜବାବରେ ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି କହିଛନ୍ତି, ବିଜେଡିରେ ଥିବା ବେଳେ ଯେଉଁ ନେତା ସୁନାମୁଣ୍ଡା ଅନ୍ୟ ଦଳକୁ ଆସିଲେ ଖପରା ହୋଇଯାଆନ୍ତି।

ସେପଟେ ଗୋପାଳପୁର ବିଧାୟକ ତଥା ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ଜଗଦ୍ଦେବଙ୍କ ପତ୍ନୀଙ୍କ କହିବାଅନୁସାରେ ବିଧାୟକ ପ୍ରାର୍ଥୀ ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଦେଇଥିଲେ। ଏହାପରେ ସେ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଦେବାକୁ ଯାଉଥିଲେ । କିନ୍ତୁ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଇଭିଏମ ମେସିନକୁ କଚାଡି ଦେଇଥିଲେ। କିନ୍ତୁ ପ୍ରିଜାଇଡିଂ ଅଫିସର ପୋଲିସକୁ ଫୋନ୍ କରି ଜଗଦ୍ଦେବଙ୍କ ନାଁରେ ଅଭିଯୋଗ କରିଥିଲେ। ଏହାପରେ ସେ ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ କାରରେ ଅନ୍ୟ ବୁଥକୁ ବୁଲିବାକୁ ଯାଉଥିଲେ। ଏହି ସମୟରେ ପୋଲିସ ତାଙ୍କୁ ଅଧାବାଟରେ ନେଇ ଆସିଥିଲା।

ଉଲ୍ଲେଖଯୋଗ୍ୟ, ଶନିବାର ବିଧାୟକ ତାଙ୍କ ପତ୍ନୀଙ୍କ ସହ ବୁଥକୁ ଭୋଟ୍ ଦେବାକୁ ଯାଇଥିବା ବେଳେ ଇଭିଏମ୍ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଜଗଦ୍ଦେବଙ୍କୁ ବେଗୁନିଆରୁ ଅଟକ ରଖି ରିଜର୍ଭ ପୁଲିସ କ୍ୟାମ୍ପକୁ ନେଇଥିଲା। ଏହାପରେ ପୋଲିସ ତାଙ୍କୁ ଗିରଫ କରିଛି। ପରେ ବିଧାୟକଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.