Latest Odisha News

ବୈଜ୍ଞାନିକଙ୍କ ସଫଳ ପରୀକ୍ଷଣ: ଏଥର ନିର୍ଦ୍ଧାରଣ କରାଯାଇ ପାରିବ କି ଜୀବର ଲିଙ୍ଗ

ନୂଆଦିଲ୍ଲୀ: ୟୁନିଭରସିଟି ଅଫ ଗ୍ରେନେଡାର କେତେକ ଜେନେଟିକ୍ସ ପ୍ରଫେସର ଏକ ଆଶ୍ଚର୍ଯ୍ୟଜନକ ପରୀକ୍ଷଣ କରିଛନ୍ତି । ସେମାନେ ଏକ ମୂଷାର ଲିଙ୍ଗ ବଦଳାଇବାରେ ସଫଳ ହୋଇଛନ୍ତି । ୱାଇ କ୍ରୋମଜୋମରେ କିଛି ଛୋଟ ଛୋଟ କଣିକାକୁ ହଟେଇ ସେମାନେ ଏହି ଲିଙ୍ଗ ପରିବର୍ତନ କରାଇ ପାରିଛନ୍ତି । ଏହି ଛୋଟ ଛୋଟ କଣିକାକୁ ମାଇକ୍ରୋଆରଏନଏ କୁହାଯାଏ । ବୀପରିତ ଜିନ୍ସର ସଠିକ ସନ୍ତୁଳନ ଯୋଗୁ ସନ୍ତଧାରୀ ଜୀବଙ୍କ ଲିଙ୍ଗ ନିର୍ଦ୍ଧାରଣ ହୋଇ ପାରିଥାଏ । ୱାଇ କ୍ରୋମଜୋମରେ ଉପରୋକ୍ତ ପରୀକ୍ଷଣ କରାଯାଉ ଲିଙ୍ଗ ପରିବର୍ତନ କରାଯାଇ ପାରିବ । ଏହା ଦ୍ୱାରା ଭବିଷ୍ୟତରେ ବିଭିନ୍ନ ଦେଶରେ ଲିଙ୍ଗ ଅନୁପାତରେ ସୁଧାର ଅଣାଯାଇ ପାରିବ । ଗୋଟିଏ ଜିନ ନର ଶରୀରର ବିକଶିତ କରିଥାଏ । ଏହା ଶରୀରର ଚୁଟି, ଟେଷ୍ଟିକଲ୍ସ ଏବଂ ଅନ୍ୟଟି ଅଣ୍ଡାଶୟ, ଗର୍ଭାଶୟ ପ୍ରଭୃତି ଗର୍ଭଧାରଣର କିଛି ସପ୍ତାହ ପରେ ବିକଶିତ କରିଥାଏ ।

ମନୁଷ୍ୟ ସମେତ ୯୮ ପ୍ରତିଶତ ସ୍ତନଧାରୀ ଜୀବ ଡିଏନଏରେ ପ୍ରୋଟିନ କୋଡିଂ ହୁଏ ନାହିଁ । ତେବେ ବୈଜ୍ଞାନିକମାନେ ଏବେ ବି ସ୍ପଷ୍ଟ ଭାବେ ଜାଣି ପାରି ନାହାନ୍ତି କେଉଁ ଜିନ ଲିଙ୍ଗ ନିର୍ଦ୍ଧାରଣ କରିବାରେ ସହାୟ ହୁଏ । ଏହାକୁ ଜଙ୍କ ଡିଏନଏ କୁହାଯାଏ । ଏବେ ମୂଷା ଉପରେ କରାଯାଇଥିବା ପରୀକ୍ଷଣରେ ବୈଜ୍ଞାନିକମାନେ ୬ଟି ଜିନ୍ସ ହଟେଇ ଦେଇଥିଲେ । ଏହା ପରେ ଏକ୍ସୱାଇ କ୍ରୋମଜୋମ ଥିବା ମୂଷା ଏକ୍ସଏକ୍ସରେ ବଦଳି ଯାଇଥିଲା । ତେବେ ୬ଟି ମଧ୍ୟରୁ କେଉଁ ଜିନ୍ସ ଏହି କାର୍ଯ୍ୟ କରୁଛି ତାର ପରୀକ୍ଷଣ ବାକି ରହିଛି ।

Leave A Reply

Your email address will not be published.