Latest Odisha News

BREAKING NEWS

ନିର୍ବାଚନ ଆଚରଣ ବିଧି: ସମ୍ବିତ ପାତ୍ରଙ୍କୁ ପୁରୀ ଜିଲ୍ଲାପାଳଙ୍କ ନୋଟିସ୍

ପୁରୀ : ପୁରୀ ଜିଲ୍ଲାପାଳ ତଥା ରିଟନିଂ ଅଫିସର ଜ୍ୟୋତି ପ୍ରକାଶ ଦାସ ମଙ୍ଗଳବାର ଦିନ ନିର୍ବାଚନ ପ୍ରଚାର ଅବସରରେ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିବା ଅଭିଯୋଗରେ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ନୋଟିସ୍ ଜାରି କରିଛନ୍ତି ।

ଆହୁରି ମଧ୍ୟ ଏହି ନୋଟିସରେ ରିଟନିଂ ଅଫିସରଙ୍କ ବିନା ଅନୁମତିରେ ଭୁବନେଶ୍ୱର ଉପକଣ୍ଠସ୍ଥ ଉତ୍ତରା ଛକରେ ର‌୍ୟାଲି କରିବା ନେଇ ସ୍ପଷ୍ଟିକରଣ ମାଗିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ବୁଧବାର ଦିନ ଶ୍ରୀଯୁକ୍ତ ପ୍ରାତ୍ର କହିଛନ୍ତି, ରିଟନିଂ ଅଫିସରଙ୍କ ନୋଟିସ୍ ପାଇବା ପରେ ଯାଇ ମୁଁ ଏହାର ଜବାବ ରଖିବି । ବିଜେପିର ଏହି ମୁଖପାତ୍ର ଜଣକ କହିଛନ୍ତି ଯେ ଦେଶର ସମ୍ବିଧାନ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି ଏବଂ ମୁଁ କୌଣସି ଆଦର୍ଶ ଆଚରଣ ବିଧିର ଉଲଙ୍ଘନ କରିନାହିଁ ।

ସେହିପରି ମଙ୍ଗଳବାର ଦିନ ନିର୍ବାଚନୀ ର‌୍ୟାଲି ବେଳେ ମହାପ୍ରଭୁ ଜଗନ୍ନାଥଙ୍କୁ ଧରି ପ୍ରଚାର କରିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ସହ କଂଗ୍ରେସ ଦ୍ୱାରା କରାଯାଇଥିବା ଅଭିଯୋଗର ଉତ୍ତର ଦେଇ ସେ କହିଛନ୍ତି ଯେ, ପିପିଲିର ଜଣେ ବ୍ୟକ୍ତି ତାଙ୍କୁ ମହାପ୍ରଭୁଙ୍କ ମୂର୍ତ୍ତି ପ୍ରଦାନ କରିଥିଲେ ।

ଲୋକସଭା ନିର୍ବାଚନ ଲାଗି ମୋତେ ପୁରୀରୁ ଚୟନ କରାଯିବା ପରେ ଏହା ମୋର ପ୍ରଥମ ପୁରୀ ଗସ୍ତ । ବିଜେପିର ବଢୁଥିବା ଲୋକପ୍ରିୟତା ତଥା ବିଜେପି ପ୍ରତି ଜନତାଙ୍କ ସମର୍ଥନକୁ ଦେଖି ବିରୋଧି ଦଳ ପକ୍ଷରୁ ଏଭଳି ଚକ୍ରାନ୍ତ କରାଯାଇଥିବା ନେଇ ସେ କହିଛନ୍ତି ।

ଆହୁରି ମଧ୍ୟ ଧର୍ମକୁ ନେଇ ରାଜନୀତି କରୁଥିବା ଅଭିଯୋଗରେ ବିଜେଡି ଦଳ ପକ୍ଷରୁ ମଙ୍ଗଳବାର ଦିନ ପୁରୀ ସିଂହଦ୍ୱାର ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଦାବି କରାଯାଇଥିଲା ।

Leave A Reply

Your email address will not be published.