Latest Odisha News

BREAKING NEWS

ବାଲେଶ୍ୱରରେ ଓଲଟିଲା କେମିକାଲ ବୋଝେଇ ଟ୍ୟାଙ୍କର, ଲାଗିଲା ନିଆଁ

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଉପକଣ୍ଠସ୍ଥ ୬୦ ନଂ ଜାତୀୟ ରାଜପଥ ନିକଟରେ ବୁଧବାର ଦିନ ଏକ କେମିକାଲ ବୋଝେଇ ଟ୍ୟାଙ୍କର ଓଲଟିବା ଫଳରେ ସେଥିରେ ନିଆଁ ଲାଗିଯାଇଛି ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଉକ୍ତ ଦୁର୍ଘଟଣା ପରେ ଡ୍ରାଇଭର ଜଣକ ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି ।

ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ ୧ ଘଣ୍ଟାର ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଛି ।

ତେବେ ଟ୍ୟାଙ୍କରରୁ ନିର୍ଗତ ହେଉଥିବା ଗ୍ୟାସକୁ ରୋକିବା ପାଇଁ ପ୍ରୟାସ ଜାରି ରହିଥିବା ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.