Latest Odisha News

ଜଗତସିଂହପୁର ନିର୍ବାଚନୀ ହିଂସା : ବିଜେପି ନାଁରେ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର : ବିଜେପି ନାଁରେ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେଡି । ଜଗତସିଂହପୁରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ସମୟରେ ବିଜେପି ନେତା ଓ କର୍ମୀମାନେ ହିଂସାକାଣ୍ଡ କରିଛନ୍ତି । ପଞ୍ଚାୟତ ନିର୍ବାଚନ ହାରିବା ଭୟରେ ବିଜେପି ହିଂସାକାଣ୍ଡ କରୁଛି ବୋଲି ବିଜେଡି ଅଭିଯୋଗ ଆଣିଛି ।

ନିର୍ବାଚନୀ ମଇଦାନରେ ଯେଉଁ ବିଜେପି ପ୍ରାର୍ଥୀ ମାନେ ହିଂସାକାଣ୍ଡ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେଡି ଦାବି କରିଛି । ଜଗତସିଂହପୁର ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ସମୟରେ ଭୋଟ ବାକ୍ସ ଦୁବୃର୍ତ୍ତ ନେଇଯିବା ଘଟଣାକୁ ନେଇ ବିଜେପି ଏପରି ହିଂସାକାଣ୍ଡ କରିଛି ବୋଲି ବିଜେଡି ଅଭିଯୋଗ ଆଣିଛି । ଯାହାକି ନିର୍ବାଚନ ଆଚରଣ ବିଦ୍ଧିର ସମ୍ପୁନ୍ନ ରୂପେ ଉଲ୍ଲଙ୍ଘନ ହେଉଛି ।

ଯେଉଁମାନେ ହିଂସାକାଣ୍ଡ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେଡି କହିଛି । ନିର୍ବାଚନ କମିଶନକୁ ଭେଟିବା ସମୟରେ ବିଜେଡିର ନେତ୍ରୀ ସୁଲତା ଦେଓ, ଜ୍ୟୋତିର୍ମୟୀ ପରିଡା, ପ୍ରିୟବ୍ରତ ମାଝୀ,ମଧୁସ୍ମିତା ନାୟକ, ସ୍ୱାଗତିକା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.