Latest Odisha News

BREAKING NEWS

୫୦୦ ଟି୨୦ ମ୍ୟାଚ ଖେଳିଲେ ପୋଲାର୍ଡ

ପାଲିକେଲ: ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରେନ ପୋଲାର୍ଡ଼ ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଟି୨୦ ଫର୍ମାଟରେ ୫୦୦ମ୍ୟାଚ୍ ଖେଳିଛନ୍ତି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ରେ ସେ ଏହି ମାଇଲଖୁଣ୍ଟ ଛୁଇଁଥିଲେ । ଏହି ମ୍ୟାଚ୍‌କୁ ସ୍ମରଣୀୟ କରିବା ପାଇଁ ଦଳୀୟ ଖେଳାଳିମାନେ ପୋଲାର୍ଡ଼ଙ୍କୁ ସ୍ୱତନ୍ତ୍ର ଜର୍ସି ପ୍ରଦାନ କରିଥିଲେ । ଏହି ଜର୍ସିରେ ପୋଲାର୍ଡ଼ଙ୍କ ନାମ ସହ ୫୦୦ନଂ ଉଲ୍ଲେଖ ରହିଥିଲା ।

ସେ ୩୪ରନ୍ କରିବା ସହ ଟି୨୦ ଫର୍ମାଟରେ କ୍ରିସ୍ ଗେଲଙ୍କ ପରେ ଦ୍ୱିତୀୟ ଖେଳାଳି ଭାବେ ୧୦,୦୦୦ରନ୍ ପୂରଣ କରିଥିଲେ । ଟି୨୦ ଫର୍ମାଟରେ ଇଣ୍ଡିଜ୍‌ର ଡ୍ୱେନ ବ୍ରାଭୋ ଦ୍ୱିତୀୟ ସର୍ବାଧିକ ୪୫୩ଟି ମ୍ୟାଚ୍ ଖେଳିଥିବାବେଳେ କ୍ରିସ୍ ଗେଲ ୪୦୪ମ୍ୟାଚ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.