Latest Odisha News

BREAKING NEWS

ଓଡିଶାର ୬ ଲୋକସଭା ଓ ୪୧ ବିଧାନସଭା ଆସନ ଲାଗି ମତଦାନ ଆରମ୍ଭ

ଭୁବନେଶ୍ୱର : ଓଡିଶାର ୪ର୍ଥ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ନିର୍ବାଚନ ଲାଗି ସୋମବାର ଦିନ ଭୋଟଗ୍ରହଣ ଆରମ୍ଭ ହୋଇଛି ।

ସମୁଦାୟ ୯୫ ଲକ୍ଷ ୬୩୫ ଭୋଟର ମତଦାନ କରିବେ। ସେମାନଙ୍କ ମଧ୍ୟରୁ ପୁରୁଷ ମତଦାତାଙ୍କ ସଂଖ୍ୟା ୪୯,୦୧,୦୭୯ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୪୫,୯୮,୯୭୯ ରହିଛି । ଏଥିସହିତ ପ୍ରାୟ ୫୪୫ ଜଣ ତୃତୀୟ ଲିଙ୍ଗ(ଟ୍ରାନ୍ସଜେଣ୍ଡର) ଭୋଟର ସାମିଲ ରହିଥିବା ବେଳେ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୮୬ ହଜାର ୪୫୫ ରହିଛି । ଯେଉଁମାନେ ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ମୋଟ୍ ୩୮୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ।

ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ଲାଗି ୫୨ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ଯେତେବେଳେକି ବିଧାନସଭା ଆସନ ଲାଗି ୩୩୬ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।

୪ର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ୬ଟି ଲୋକସଭା ଓ ୪୧ଟି ବିଧାନସଭା ନିର୍ବାଚନୀମଣ୍ଡଳୀର ନାମ-

ମୟୁରଭଞ୍ଜ (ଲୋକସଭା)-( ଏସଟି), ଜସିପୁର (ଏସଟି), ସରସକଣା (ଏସଟି), ରାଇରଙ୍ଗପୁର (ଏସଟି), ବାଙ୍ଗିରିପୋଷି (ଏସଟି), ଉଦଳା (ଏସଟି), ବାରିପଦା (ଏସଟି), ମୋରଡା (ସାଧାରଣ) ।

ବାଲେଶ୍ୱର (ଲୋକସଭା)- (ସାଧାରଣ), ବଡସାହି (ଏସସି), ଜଳେଶ୍ୱର (ସାଧାରଣ), ଭୋଗରାଇ (ସାଧାରଣ), ବସ୍ତା (ସାଧାରଣ), ବାଲେଶ୍ୱର (ସାଧାରଣ), ରେମୁଣା (ଏସସି) ଏବଂ ନୀଳଗିରି (ସାଧାରଣ) ।

ଭଦ୍ରକ (ଲୋକସଭା)- (ଏସସି), ସୋର (ଏସସି), ସିମୁଳିଆ (ସାଧାରଣ), ଭଣ୍ଡାରିପୋଖରୀ (ସାଧାରଣ), ଭଦ୍ରକ (ସାଧାରଣ), ବାସୁଦେବପୁର (ସାଧାରଣ), ଚାନ୍ଦବାଲି (ସାଧାରଣ) ଏବଂ ଧାମନଗର (ଏସସି) ।

ଯାଜପୁର (ଲୋକସଭା)- (ଏସସି), ବିଞ୍ଝାରପୁର (ଏସସି), ବରି (ସାଧାରଣ), ବଡଚଣା (ସାଧାରଣ), ଧର୍ମଶାଳା (ସାଧାରଣ), ଯାଜପୁର (ସାଧାରଣ), କୋରେଇ (ସାଧାରଣ) ଏବଂ ସୁକିନ୍ଦା (ସାଧାରଣ) ।

କେନ୍ଦ୍ରାପଡା (ଲୋକସଭା)- (ସାଧାରଣ), ସାଲେପୁର (ସାଧାରଣ), ମାହାଙ୍ଗା (ସାଧାରଣ), କେନ୍ଦ୍ରାପଡା (ଏସସି), ରାଜନଗର (ସାଧାରଣ), ମହାକାଳପଡା (ସାଧାରଣ) ଏବଂ ଆଳି (ସାଧାରଣ) ।

ଜଗତସିଂହପୁର (ଲୋକସଭା)- (ଏସସି), ନିଆଳି (ଏସସି), ପାରାଦୀପ (ସାଧାରଣ), ତିର୍ତ୍ତୋଳ (ଏସସି), ବାଲିକୁଦା-ଏରସମା (ସାଧାରଣ), ଜଗତସିଂହପୁର (ସାଧାରଣ), କାକଟପୁର (ଏସସି) ଏବଂ ନିମାପଡା (ସାଧାରଣ) ।

Leave A Reply

Your email address will not be published.